ଶବ୍ଦ ଓଡିଶା ବ୍ୟୁରୋ: ଜନଗଣନାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଜାତି ଆଧାରରେ ହେବନି ଜନଗଣନା । ବିହାରରେ ଜାତି ଆଧାରରେ ଜନଗଣନା ବିରୋଧରେ ହୋଇଥିବା ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ। ଏ ବିଷୟରେ କୌଣସି ରାୟ ଶୁଣାଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ରାଜ୍ୟରେ ଜାତି ଆଧାରରରେ ଜନଗଣନା କରିବାକୁ ଚାହୁଁଛନ୍ତି।
ଏହାକୁ ବିରୋଧ କରି ସାମାଜିକ କର୍ମୀ ଅଖିଳେଶ କୁମାର ସୁପ୍ରିମକୋର୍ଟରେ ବିଭିନ୍ନ ପ୍ରମାଣପତ୍ର ସହ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବାକୁ ମନା କରିବା ସହ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ଆବେଦକଙ୍କୁ ପରାମର୍ଶ ଦେଇଛନ୍ତି। କୌଣସି ବର୍ଗକୁ କେତେ ସଂରକ୍ଷଣ ମିଳିବ ତାହା ଆମେ କିପରି ନିଷ୍ପତ୍ତି ନେବୁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ଶୁକ୍ରବାର ଜଷ୍ଟିସ୍ ବିଆଇର ଗାଭାଇ ଓ ଜଷ୍ଟିସ୍ ବିକ୍ରମ ନାଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଆବେଦନରେ କୌଣସି ଖାସ୍ କଥା ନାହିଁ। ଏ ସମ୍ପର୍କିତ ମାମଲା ହାଇକୋର୍ଟରେ ଆବେଦନ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଥିଲେ। ଖଣ୍ଡପୀଠ ଆବେଦନ କର୍ତ୍ତାଙ୍କ ଓକିଲଙ୍କୁ କହିଥିଲେ “ଏହା ଏକ ପ୍ରଚାର ସର୍ବସ୍ୱ ଆବେଦନ। ଅମୁକ ଜାତିକୁ କେତେ ସଂରକ୍ଷଣ ଦିଆଯିବ ତାହା ଆମେ କେମିତି କହିବୁ ? କ୍ଷମା କରନ୍ତୁ ଆମେ ଏଭଳି ନିର୍ଦ୍ଦେଶ ଦେଇପାରିବୁ ନାହିଁ କି ଏଭଳି ଆବେଦନର ଶୁଣାଣି କରିପାରିବୁ ନାହିଁ। ” ଏହି ମାମଲାରେ ଏନଜିଓ ଗୁଡିକ ଦ୍ୱାରା ଏକାଧିକ ଆବେଦନ ହୋଇଥିଲା। ଏସବୁକୁ ଖାରଜ କରିବା ସହ ବିହାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଇନର ଉଚିତ୍ ରାସ୍ତାରେ ଦ୍ୱାରା ସମାଧାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଭାରତୀୟ ସମ୍ବିଧାନରେ ସମସ୍ତଙ୍କୁ ସମାନ ଅଧିକାର ରହିଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । କିନ୍ତୁ ବାସ୍ତବରେ ଚିତ୍ର କିଛି ଭିନ୍ନ । ବିହାରରେ ଜାତି ଆଧାରରେ ଜନଗଣା ଆଧାରରେ ଜନଗଣନାକୁ ନେଇ ହୋଇଥିବା ଆବେଦନରେ ନିଜର ଆଗ୍ରହ୍ୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଅନ୍ୟ ପକ୍ଷେ ଏହାକୁ ନେଇ ରାଜନୈତିକ ମହଲ ମଧ୍ୟ ଗରମ ଥିବା ଦେଖିବାକୁ ମିଳିଛି । ଅଖିଲେଶ ଯାଦବଙ୍କ ଟାର୍ଗେଟରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସେପଟେ ଏନେଇ ନିଜ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।