ବିସିସିଆଇ, ଷ୍ଟାର ମଧ୍ୟରେ ବିବାଦ। ସାମ୍ନାସାମ୍ନି ଦୁଇ ପକ୍ଷ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ମିଡିଆ ରାଇର୍ଟସକୁ ନେଇ ଚିନ୍ତାରେ ପଡିଛି । ଏହି ଚିନ୍ତା ଆଉ କେହି ନୁହେଁ ଖେଳର ପ୍ରସାରଣ କରୁଥିବା ସଂସ୍ଥା ଷ୍ଟାର ଇଣ୍ଡିଆ ସୃଷ୍ଟି କରିଛି । ଘରୋଇ ମ୍ୟାଚର ପ୍ରସାରଣ କ୍ଷମତା ହାତେଇଥିବା ଷ୍ଟାର ବିସିସିଆଇ ନିକଟରୁ ୧୩୦ କୋଟିର ଛାଡ ପାଇଁ ଅନୁରୋଧ କରିଛି ।
ଫ୍ୟାନ୍ସ ଭାବୁଥିବେ ବିସିସିଆଇ ଏବଂ ଷ୍ଟାର ମଧ୍ୟରେ ଏହି ବିବାଦ କେବେଠାରୁ ସୃଷ୍ଟି ହୋଇଛି । ତେବେ ଏହାକୁ ନେଇ ଦୁଇଟି କଥା ସାମ୍ନାକୁ ଆସୁଛି । ପ୍ରଥମ କଥା କରୋନା ଏବଂ ଦ୍ୱିତୀୟ କଥା ଶ୍ରୀଲଙ୍କା ସିରିଜ ବେଲେ ବିଜ୍ଞାପନଦାତା ନମିଳିବା ।
କରୋନା ପାଇଁ ଷ୍ଟାରର ହୋଇଛି କ୍ଷତି
କେବଳ ଷ୍ଟାର ଇଣ୍ଡିଆ ନୁହେଁ ଭାରତୀୟ ଦଳର ଜର୍ସି ପ୍ରଯୋଜକ ବାଇଜୁସ ମଧ୍ୟ ବୋର୍ଡ ସହ ଚୁକ୍ତି ବାବଦରେ ହୋଇଥିବା ୧୪୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟିକୁ ଛାଡ ପାଇଁ ଚାହୁଁଛି । ଏହି ଦୁଇ ଜଣଙ୍କ ପ୍ରସଙ୍ଗକୁ ନେଇ ବିସିସିଆଇ ସୋମବାର ଆପେକ୍ସ କାଉନସିଲର ଜରୁରୀ ବୈଠକ ଡକାଇଥିଲା । ଏଥିରେ ଅନେକ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
ଷ୍ଟାରକୁ ନେଇ ଯେଉଁ କଥା ସାମ୍ନାକୁ ଆସୁଛି ସେଥିରେ ଜଣାପଡିଛି ଯେ କମ୍ପାନୀ ବର୍ତ୍ତମାନ ଚୁକ୍ତିଠାରୁ ୧୩୦ କୋଟି ଟଙ୍କା କମ ଚାହୁଁଛି । କମ୍ପାନୀ ୨୦୧୮ରୁ ୨୦୨୩ ପାଇଁ ଭାରତ ପାଇଁ ଅନ୍ତରାଷ୍ଟ୍ରୀୟ ଏବଂ ଘରୋଇ କ୍ରିକେଟ ପାଇଁ ମ୍ୟାଚ ପ୍ରସାରଣ ଅଧିକାର ହାସଲ କରିଥିଲା । ଏଥିପାଇଁ ବିସିସିଆଇକୁ ୬୧୩୮.୧ କୋଟି ଟଙ୍କା ପ୍ରଦାନ ମଧ୍ୟ କରିଛି । ତେବେ କରୋନା ସମୟରେ କମ୍ପାନୀକୁ କିଛି କ୍ଷତି ସହିବାକୁ ମଧ୍ୟ ପଡିଥିଲା । ମହାମାରୀ ସମୟରେ ଅନେକ ମ୍ୟାଚକୁ ଟାଳିଦିଆଯାଇଥିଲା । ଏହି କାରଣରୁ ୧୩୦କୋଟି ଟଙ୍କା ଛାଡ ପାଇଁ କମ୍ପାନୀ ପକ୍ଷରୁ କୁହାଯାଉଛି ।
ଶ୍ରୀଲଙ୍କା ସିରିଜ ପାଇଁ ମିଳିଲେ ନାହିଁ ବିଜ୍ଞାପନଦାତା
ଦ୍ୱିତୀୟ କଥାଟି ହେଉଛି, ଭାରତ-ଶ୍ରୀଲଙ୍କା ସିରିଜ ପାଇଁ ଷ୍ଟାର ପାଖରେ କେବଳ ୨ରୁ ୩ ଜଣ ବିଜ୍ଞାପନଦାତା ଉପଲବ୍ଧ ଥିଲେ । ଟିଭି ଛଡା ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଷ୍ଟାରକୁ ବିଜ୍ଞାପନଦାତା ମିଳିନଥିଲେ । ତେଣୁ ଏହି ସିରିଜରେ ଅନେକ କ୍ଷତି ହେଉଛି । ତେଣୁ ଷ୍ଟାର ବିସିସିଆଇକୁ ଟଙ୍କା ଛାଡ କରିବାକୁ କହୁଛି । ପ୍ରସାରଣକାରୀ ପ୍ରତ୍ୟେକ ମ୍ୟାଚ ପିଛା ବିସିସିଆଇକୁ ୬୦.୧ କୋଟି ଟଙ୍କା ପ୍ରଦାନ କରିଥାନ୍ତି । ତେବେ ଏହି ସିରିଜରେ ଏହାର ମାତ୍ର ୩୦-୪୦ ପ୍ରତିଶତ ରୋଜଗାର କରିପାରିଛି । ତେଣୁ ଅନେକ କ୍ଷତିର ସାମ୍ନାକରିବାକୁ ପଡୁଛି ।

You May Also Like

More From Author

+ There are no comments

Add yours