କେନ୍ଦ୍ର ଉପରେ ବର୍ଷିଲେ ଓମାର ଅବଦୁଲ୍ଲା, କହିଲେ ଭିକାରୀ ନୁହନ୍ତି କାଶ୍ମୀରବାସୀ

ଶବ୍ଦ ଓଡିଶା ବ୍ୟୁରୋ: ଜାମ୍ମୁକାଶ୍ମୀରରେ ବିରୋଧୀ ଦଳ ଭାଜପା ଉପରେ ଆକ୍ରମଣ ଜାରିରଖିଛନ୍ତି । ନ୍ୟାସନାଲ କନଫରେନ୍ସ ମଧ୍ୟ ଲଗାତର ବିଜେପି ଉପରେ ନିଶାନା ସାଧୁଛି । ମଙ୍ଗଳବାର ଏନସି ନେତା ତଥା ଜାମ୍ମୁକାସ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଭାଜପା ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି, ନିର୍ବାଚନ ହେଉ ବା ନହେଉ, ଆମେ ଭିକାରୀ ନୁହେଁ । ମୁଁ ପ୍ରତ୍ୟେକ ଥର କହିଆସୁଛି କାଶ୍ମୀରବାସୀ ଭିକାରୀ ନୁହନ୍ତି । ନିର୍ବାଚନ ଆମର ହକ, କିନ୍ତୁ ଆମେ ଆମର ଏହି ହକ ହାସଲ ପାଇଁ ଭିକ ମାଗିବୁ ନାହିଁ ।
ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ସଭାକୁ ସମ୍ବୋଧନ ବେଳେ ସେ ଏହି କଥା କହିଛନ୍ତି । ଆମେ କେବେ ହେଲେ ହାତ ପତାଇବୁ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଆପଣ ଚାହିଁଲେ ନିର୍ବାଚନ କରାନ୍ତୁ, ଆପଣ ନଚାହିଁଲେ ନିର୍ବାଚନହେବ ନାହିଁ । ସେ କହିଛନ୍ତି ବିଜେପି ନିର୍ବାଚନକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରିରଖିଛି । ଏହିଭଳି ଲୋକ ଜାଣିଶୁଣି କାଶ୍ମୀରର ଲୋକଙ୍କୁ ହଇରାଣ କରିବା ପାଇଁ ଏଭଳି କରୁଛନ୍ତି ।

You May Also Like

More From Author

+ There are no comments

Add yours