ପ୍ରତିବର୍ଷ ବଢୁଛି ଘରୋଇ ହିଂସା ମାମଲା, ମହିଳାଙ୍କ ଉପରେ ଅପରାଧରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ମହିଳା ଘରେ ସୁରକ୍ଷିତ ନୁହନ୍ତି । ଏହି ତଥ୍ୟ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସାମ୍ନାକୁ ଆସିଛି । ୨୦୨୨ରେ ମହିଳାଙ୍କ ଉପରେ ହୋଇଥିବା ଅଲଗା ଅଲଗା ଅପରାଧ ସମ୍ପର୍କିତ ୩୦ ହଜାର ୯ ଶହଟି ମାମଲା ଦାୟର ହୋଇଛି । ଏଥିରେ ଘରୋଇ ହିଂସା କେବଳ ୨୩ ପ୍ରତିଶତ ରହିଛି । ପ୍ରତ୍ୟେକ ବର୍ଷ ଏହା ବଢିବାରେ ଲାଗିଛି ।
ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ରେ ମହିଳାଙ୍କ ଉପରେ ହିଂସାର ୨୩ ହଜାର ୭ ଶହ ମାମଲା ରୁଜୁ ହୋଇଥିଲା । ୨୦୨୧ରେ ଏହା ଆହୁରି ବୃଦ୍ଧି ପାଇ ୩୦ ହଜାର ୮ ଶହ ଛୁଇଁଥିଲା । ଆଉ ଗତବର୍ଷ ଏହା ରେକର୍ଡ ୩୦ ହଜାର ୯ ଶହ ଛୁଇଁଛି ।
ଦୁଷ୍କର୍ମ, ଦୁଷ୍କର୍ମ ଉଦ୍ୟମ, ଯୌତୁକ ପାଇଁ ହତ୍ୟା ଏବଂ ଘରୋଇ ହିଂସା କଥା ଯଦି ଦେଖିବା ୨୦୨୧ ତୁଳନା ୨୦୨୨ରେ ଏହା ଯଥେଷ୍ଟ ଅଧିକ ଥିଲା । ୨୦୨୧ରେ ଦୁଷ୍କର୍ମ ତଥା ଦୁଷ୍କର୍ମ ଉଦ୍ୟମର ୨୩ ହଜାର ୭ ଶହ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହିଭଳି ୩୦ ହଜାର ୮ ଶହ ମାମଲା ରୁଜୁ ହୋଇଥିଲା । ସେହିଭଳି ଯୌତୁକ ହତ୍ୟା ମାମଲା କଥା ଯଦି ଦେଖିବା ୨୦୨୧ରେ ୩୪୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ୩୫୧ଟି ମାମଲା ରୁଜୁ ହୋଇଛି । ଘରୋଇ ହିଂସା କଥା ଯଦି ନଜର ପକାଇବା ୨୦୨୧ରେ ୬,୬୮୪ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ୬, ୯୮୨ଟି ମାମଲା ରୁଜୁ ହୋଇଛି ।
ମହିଳାଙ୍କ ଉପରେ ହେଉଥିବା ଅପରାଧ ମାମଲାରେ ଉତ୍ତରପ୍ରଦେଶ ଦେଶରେ ଏକ ନଂ ସ୍ଥାନ ହାସଲ କରିଛି । ସେଠାରେ ପାଖାପାଖି ଏହିଭଳି ୧୬ ହଜାର୮୭୨ ମାମଲା ରୁଜୁ ହୋଇଥିଲା । ଦିଲ୍ଲୀରେ ଏହିଭଳି ୩ ହଜାର୪ଟି ମାମଲା ରୁଜୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧ହଜାର୩୮୧ଟି ମାମଲା ରୁଜୁ ହୋଇଛି । ବିହାରରେ ଏହିଭଳି ମାମଲା ସଂଖ୍ୟା ୧୩୬୮ ରହିଛି । ହରିୟାଣାରେ ୧୩୬୨ଟି ମାମଲା ରୁଜୁ ହୋଇଛି ।
ମୋଟ ମାମଲାର ୫୫ ପ୍ରତିଶତ ମାମଲା କେବଳ ଉତ୍ତରପ୍ରଦେଶରେ ସାମ୍ନାକୁ ଆସୁଛି । ସେହିଭଳି ରିପୋର୍ଟରୁ ଜଣାପଡିଛି ଯେ ମହିଳା ସାଇବର କ୍ରାଇମ ଏବଂ ରାଗିଂର ଶିକାର ମଧ୍ୟ ହେଉଛନ୍ତି । ଏଥିପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ପକ୍ଷରୁ ୨୪ ଘଣ୍ଟିଆ ହେଲପଲାଇନ ନଂ ଜାରି ହୋଇଛି । ଆପଣ ୭୮୨୭୧୭୦୧୭୦ ନଂକୁ କଲ କରି ଆପଣଙ୍କ ଅଭିଯୋଗ ଦାଖଲ କରିପାରିବେ ।

You May Also Like

More From Author

+ There are no comments

Add yours