
ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବିଜୁ ଜନତା ଦଳ ର କାର୍ଯ୍ୟାଳୟ ଠାରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ପାଳନ ଉତ୍ସବ ପାଳିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବିଜୁଜନତା ଦଳର ସଭାପତି ବିଭୁତି ବଳବନ୍ତରାୟ ଓ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଜିଲ୍ଲା ଉପସଭାପତି ଗୋପିନାଥ ମହାରଣା ଚିଲିକା ନିର୍ବାଚନ ମଣ୍ଡଳୀର ସୁସଙ୍ଗଠିକା ସ୍ୱାଗତିକା ଜଗଦେବ ,ଜିଲ୍ଲା ସଂଖ୍ୟାଲଘୁ ସଂପ୍ରଦାୟର ସଭାପତି ହବିବୁଲ୍ଲା ଖାଁ,ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ,ଜିଲ୍ଲା ସଂପାଦକ ମନୋଜ ପ୍ରଧାନ, ବିଧାୟକ ପ୍ରତିନିଧି ମାନସ ପ୍ରଧାନ,ଜିଲ୍ଲା ମହିଳା ସଭାନେତ୍ରୀ ଗାୟତ୍ରୀ ପାଟ୍ଟଶାଣୀ,ଉତ୍କଳ ପାଇକରାୟ,ସଭାପତି ବାଲୁଗାଁ ଏନ ଏ ସି ଶ୍ରୀ ଜୟକୃଷ୍ଣ ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ , ଯୁବନେତା ପ୍ରକାଶ ପ୍ରଧାନ,ବାଣପୁର ବ୍ଲକ ଏନ ଏ ସି, ଚିଲିକା ବ୍ଲକ ଓ ବାଲୁଗାଁ ଏନ ଏ ସି ର କର୍ମକର୍ତା ତଥା ଦଳର ଶତାଧିକ ନେତା, କର୍ମୀ ସମେତ ପୁରୁଷ ମହିଳା ସାମିଲ ଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ୨୫ ବର୍ଷର ନିରବଚ୍ଛିନ୍ନ ସେବା ଓ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସହଯୋଗ ପହଞ୍ଚାଇବା ସରକାରଙ୍କ ଯୋଜନା ଉପରେ ଆଲୋକପାତ କରାଯାଇଥିଲା । ଆସନ୍ତା ନିର୍ବାଚନରେ ବିଧାୟକଙ୍କୁ ସହଯୋଗ ଓ ଜିତାଇବା ସହ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ଲକ୍ଷ୍ୟ ବୋଲି ସମସ୍ତେ ମତ ଦେଇଥିଲେ । ସମସ୍ତଙ୍କ ଅଭିଭାଷଣରେ ଗୋଟିଏ କଥା ଥିଲା “ଢୋଲ ଭିତରେ ମୂଷା”। ତେବେ ବିଜେଡି ଶିବିରରେ କିଏ ସେମାନେ । କିଏ ଚିଲିକା ନିର୍ବାଚନ ମଣ୍ଡଳୀରେ ଦୁର୍ଯୋଧନ । ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରିନଥିଲା । ତେବେ ଏ ନେଇ ପଦକ୍ଷେପ ଓ ମୂଳତ୍ପାଟନ ହେବ ବୋଲି ସମସ୍ତେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା।