ହାଇସିକ୍ୟୁରିଟି ନଂ ନଥିଲେ କଟିବ ଚାଲାଣ, ୧୫ ତାରିଖରୁ ଦେବାକୁ ପଡିବ ଫାଇନ ।

ଶବ୍ଦ ଓଡିଶା ବ୍ୟୁରୋ: ହୋଇଯାଆନ୍ତୁ ସତର୍କ ଏଣିକି ଗାଡିରେ ହାଇସିକ୍ୟୁରିଟି ନଂ ନଥିଲେ କଟିବ ଚାଲାଣ । ଆସନ୍ତା ୧୫ ତାରିଖରୁ ଦେବାକୁ ପଡିବ ଫାଇନ । ଏନେଇ ଅତିରିକ୍ତ ପରିବହନ କମିଶନର, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଯେଉଁଗାଡିର ଶେଷ ନଂ ୧ରୁ ୬ ଶେଷ ହୋଇଥିବା ସେଗୁଡିକ ହାଇସିକ୍ୟୁରିଟି ନଂ ପ୍ଲେଟ ଲାଗିନଥିଲେ ୧୫ ତାରିଖରୁ ଚାଲାଣ କଟିବ। ଏଥିପାଇଁ ୫ ହଜାରରୁ ୧୦ ହଜାର ଯାଏ ଜରିମାନା କଟିବ ।
ହାଇସିକ୍ୟୁରିଟି ନଂ ପ୍ଲେଟ ଲଗାଇବାର ଧାର‌୍ୟ୍ୟ ସମୟ ଶେଷ ହୋଇଛି । ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଏହି ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନଂ ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ ସେହିଭଳି ୭ ଓ ୮ ନଂ ଥିବା ନମ୍ବରର ଗାଡି ପାଇଁ ହାଇସିକ୍ୟୁରିଟି ଲଗାଇବାର ଶେଷ ତାରିଖ ଚଳିତ ମାସ ୩୧ ତାରିଖ । ସେହିଭଳି ୯ ଓ ୦ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନଂ ପ୍ଲେଟ ଲଗାଇବା ଶେଷ ତାରିଖ ଫେବ୍ରୁଆରୀ ୨୮ । ଏହା ପରେ ଗାଡିଗୁଡିକର ଯାଞ୍ଚ କରାଯାଇ ଜରିମାନା କଟାଯିବ ।

You May Also Like

More From Author

+ There are no comments

Add yours