ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର କାଙ୍କଣ ଶିଖରୀରେ ଚିତ୍ର ଶିଳ୍ପୀଙ୍କ ଚିତ୍ର ଦେବାର୍ପଣ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରୀ ଗାଁ ନିକଟ ହରିହରେଶ୍ୱରଙ୍କ ପୀଠର ଅନ୍ୟ ପାର୍ଶ୍ୱରେ ଚିଲିକା ମଧ୍ୟରେ ଏକ ଟାପୁରେ କାଙ୍କଣ ଶିଖରୀର ପବିତ୍ର ପୀଠ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର କାଙ୍କଣ ଶିଖରୀ ପୀଠ । ମାଦଳା ପାଞ୍ଜି ଅନୁସାରେ ୧୭୩୧ ଖ୍ରୀଷ୍ଟାବ୍ଦରେ ମୋଗଲ ଶାସକ ତକି ଖାଁ ଙ୍କ ଆକ୍ରମଣରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସୁରକ୍ଷା ଦେବାକୁ ମହାପ୍ରଭୁଙ୍କ ସେବାୟତ ମାନେ ମହାପ୍ରଭୁଙ୍କୁ ଜଳପଥ ଦେଇ ଚିଲିକା ମଧ୍ୟରେ କଙ୍କଣ ଶିଖରି ରେ ଅବସ୍ଥାପିତ କରିଥିଲେ l ମହାପ୍ରଭୁ ଏଠାରେ ୭ ମାସ ୨୭ ଦିନ ଗୁପ୍ତ ଭାବରେ ଅବସ୍ଥାପିତ ହୋଇଥିଲେ l

ପବିତ୍ର କାଙ୍କଣ ଶିଖରୀରେ କାହାଣୀ ଓ ବିଶ୍ୱାସକୁ ଆଧାର କରି ଏହି ପୀଠରେ ଏକାଠି ହୋଇଛନ୍ତି ଓଡ଼ିଶାର କିଛି ବିଶିଷ୍ଟ ଚିତ୍ରକର । ନିଜ ତୁଳୀରେ ଦାରୁବୃକ୍ଷର ନିମ୍ୱକାଠରେ ଗୁପ୍ତବ୍ରହ୍ମଙ୍କ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଦେବାର୍ପଣ କରିଛନ୍ତି । ଚିତ୍ରଶିଳ୍ପଙ୍କ ହାତଛୁଆଁରେ ମହାପ୍ରଭୁଙ୍କ ପ୍ରତି ବିଶ୍ୱାସ ଆହୁରି ଦୃଢିଭୂତ ହେଉଛି । ଭୁବନେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର 16 ଜଣ ଶିଳ୍ପୀ ଏହି ଗୁପ୍ତବ୍ରହ୍ମ ଚିତ୍ରକଳା ଶିବିରରେ ଭାଗ ନେଇ ନିଜ ନିଜର ଚିତ୍ର ପ୍ରଦର୍ଶିତ କରିଛନ୍ତି । ପୂର୍ବ ଗୁପ୍ତସ୍ଥଳୀ ନଇରୀ ଗାଁର ହରିହରେଶ୍ୱର ପୀଠରେ ଏହି କଳାକୃତି ଅବସ୍ଥାପିତ ହେବ । ଚିତ୍ରଶିଳ୍ପୀ ମାନେ ଏହା ପୂର୍ବରୁ ନୀଳବ୍ରହ୍ମ କଣ୍ଟିଲୋ ନୀଳମାଧଵ ଙ୍କ ପୀଠରେ ଓ ଦାରୁ ବ୍ରହ୍ମ ପୁରୀ ଠାରେ ମହାପ୍ରଭୁ ଜଗନ୍ନାଥଙ୍କ କଳା ପ୍ରଦର୍ଶନ କରିଥିଲେ l

କାଙ୍କଣ ଶିଖରୀର ପବିତ୍ର ପୀଠରେ ବହୁ ଦିନ ଧରି ଗୁପ୍ତଭାବେ ଅବସ୍ଥାପିତ ହୋଇଥିଲେ ଶ୍ରୀବିଗ୍ରହ । ସମୟ ଚକ୍ରରେ ମହାପ୍ରଭୁ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି l ପ୍ରାୟ ୪୦୦ ବର୍ଷ ଧରି ମୋଗଲ ଶାସନ ସମୟରେ ଆକ୍ରମଣ ହୋଇଥିଲେ l କଙ୍କଣ ଶିଖରୀ ମହାପ୍ରଭୁ ଜଗନ୍ନାଥଙ୍କ ଗୁପ୍ତ ଲୀଳା ସ୍ଥଳୀ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନରେ ପରିଣତ ହୋଇଛି । ଚାରିପଟୁ ସୁରକ୍ଷିତ ମନେ ହେଉଥିବା ଏହି ସ୍ଥାନରେ ଏବେ ମଧ୍ୟ କାଙ୍କଣ ପ୍ରତିଦିନ ଭୋଗ ଭାବେ ଲାଗି ହେଉଛି । କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ନଈରୀ ନିକଟସ୍ଥ ଚିଲିକା କୂଳରୁ ଡ଼ଙ୍ଗା ଓ ମୋଟର ବୋଟ ଜରିଆରେ ଏହୀ ପୀଠକୁ ଯିବାକୁ ହୁଏ ।

କାଙ୍କଣଶିଖରୀର ପବିତ୍ର ପୀଠରେ ନିମ୍ୱକାଠରେ ମହାପ୍ରଭୁଙ୍କ କଳାକୃତି ଅଙ୍କନ ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଛି । ଶ୍ରଦ୍ଧା ଓ ସମର୍ପଣର ପ୍ରତୀକ ଭାବେ ଏହି କଳାକୃତିକୁ ଦେବାର୍ପଣ ପରେ ନଇରୀ ଗାଁର ହରିହରେଶ୍ୱର ପୀଠରେ ଏହାକୁ ଦେଖିପାରିବେ ଶ୍ରଦ୍ଧାଳୁ ।

You May Also Like

More From Author

+ There are no comments

Add yours