ହଳଦୀ କଫିର ଉପକାରିତା

ଭାରତରେ ପ୍ରାୟତଃ ଲୋକ ସକାଳୁ ଉଠି ଚା କିମ୍ବା କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଅଧିକାଂଶ ଲୋକେ କଫି ପିଇବା ଅପେକ୍ଷା ଚା ପିଇବାକୁ ବେଶୀ ପସନ୍ଦ କରନ୍ତି । ଡାକ୍ତର କିମ୍ବା ଡାଏଟିସିଆନଙ୍କ ଅନୁଯାୟୀ, କଫି ହେଉ କି ଚା ଅଧିକ ପିଇବା ସ୍ୱାସ୍ଥ୍ୟ ପାଇଁ ହାନୀକାରିକ । ଯଦି ଆପଣ ଖାଲି ପେଟରେ କଫି ପିଉଛନ୍ତି କିମ୍ବା ଆପଣ କଫି ପ୍ରେମୀ, ତେବେ ଆପଣଙ୍କ ପାଇଁ ବିଶେଷ ଟିପ୍ସ ଅଛି । ଆଜି ଆମେ ଆପଣଙ୍କୁ ହଳଦୀ କଫି ବିଷୟରେ କହିବୁ ଯାହା ଆପଣଙ୍କ ଦେହ ପାଇଁ ବୋହୁତ ଲାଭଦାୟକ । ହଁ ନାମ ଶୁଣିବା ମାତ୍ରେ ଆପଣ ମାନେ ନିଶ୍ଚିତ ଭାବରେ ହଳଦୀ କଫି କଣ ଭାବୁଥିବେ । ବାସ୍ତବରେ, ହଳଦୀ କଫି ସମସ୍ତ ଗୁଣରେ ପରିପୂର୍ଣ୍ଣ । ଏଥିରେ ଆଂଟିଅକ୍ସିଡାଂଟ ଏବଂ ଆଂଟି-ଇନଫ୍ଲାମେଟୋରୀ ଭରପୂର ଅଟେ । ଏଥିରେ ମିଳୁଥିବା ଆଂଟିଅକ୍ସିଡାଂଟ ଗୁଣ ଯକୃତକୁ ସଫା ରଖିବାରେ ସାହାଯ୍ୟ କରେ । ଯେଉଁଥିପାଇଁ ହଜମ ପ୍ରକ୍ରିୟା ବି ଉନ୍ନତ ଭାବେ ହେବ । ଏହା ଶରୀରକୁ ଅନେକ ପ୍ରକାରର ସମସ୍ୟାରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।ହଳଦୀ କଫି କିପରି ପ୍ରସ୍ତୁତ କରିବା- ଯଦି ଆପଣ ହଳଦୀ କଫି ତିଆରି କରିବାକୁ ଚାହାଁନ୍ତି । ତେବେ ଏହି କଫି ପାଇଁ ପ୍ରଥମେ କ୍ଷୀରରେ ହଳଦୀ ପକେଇ ଗରମ କରନ୍ତୁ । ତାପରେ କଫି ଫେଂଟି ସେଥିରେ ମିଶାଇ ପିଇବା ଉଚିତ୍ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ।ଏସିଡିଟି କମ୍ କରେ- ହଳଦୀ କଫି ଏସିଡିଟିକୁ ସମ୍ପର୍ଣ୍ଣ ହ୍ରାସ କରେ । ପିଏଚ୍ କୁ ହ୍ରାସ କରିଥାଏ ଏବଂ ଏସିଡିଟି ସମସ୍ୟାକୁ ଦୂର କରିଥାଏ । ଏହି କାରଣରୁ, ଶରୀର ରେ ସିଧାସଳଖ ହଳଦୀର ଲାଭ ପାଇପାରିବେ ।ଇମ୍ୟୁନିଟି ବୁଷ୍ଟ କରେ- ହଳଦୀ କଫି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଅନେକ ପ୍ରକାରର ସଂକ୍ରମଣକୁ ରୋକିଥାଏ । ଏହି ସବୁ ଲାଭ ପାଇଁ ହଳଦୀ କଫି ବହୁତ ଉପକାରୀ ।

You May Also Like

More From Author

+ There are no comments

Add yours