Wed. Oct 14th, 2026

ବିଜେଡ଼ିର ମିଡ଼ିଆ ଟିମ୍ ପୁନର୍ଗଠନ । ଲେନିନ ମହାନ୍ତି ହେଲେ ମୁଖ୍ୟ ସଂଯୋଜକ । ମଧୁସ୍ମିତା ନାୟକଙ୍କୁ ସହ ସଂଯୋଜକର ଦାୟିତ୍ୱ ମିଳିଛି । ସେହିପରି ଜାରି ହେଲା ୫ ଜଣ ଜାତୀୟ ମୁଖପାତ୍ରଙ୍କ ନାଁ । ଯେଉଁଥିରେ ପ୍ରଥମେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର ।ଏହା ଛଡା ମାନସ ମଙ୍ଗରାଜ,ଶର୍ମିଷ୍ଠା ସେଠୀ ଓ ପିନାକୀ ମିଶ୍ରଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ମିଳିଛି । ସେହିଭଳି ୧୬ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ଦେଇଛି ଦଳ । ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ଲେନିନ୍ ମହାନ୍ତି, ସୁଲତା ଦେଓ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ହରୀଶ ଚୌଧୁରୀ, ଗୌତମବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ୍ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀଙ୍କୁ ମୁଖପାତ୍ର ଦାୟିତ୍ୱ ଦେଇଛି ଦଳ । ସେହିଭଳି ୯ ଜଣଙ୍କୁ ମିଡ଼ିଆ ପ୍ୟାନେଲିଷ୍ଟ ଦାୟିତ୍ୱ ଦେଇଛି ବିଜେଡି । ଇପସିତା ସାହୁ, ମଧୁସ୍ମିତା ନାୟକ,ସୋଫିଆ ଆଲମ, ମହିକସୀତା ମିଶ୍ର, ଲୋରା ମହାପାତ୍ର, ସ୍ୱାଗତିକା ମହାନ୍ତି, ମିହିର ରାୟ, ସ୍ୱୟଂ ପ୍ରକାଶ ମହାପାତ୍ର ଓ ଅପୂର୍ବା ଅପରୁପାଙ୍କୁ ମିଡ଼ିଆ ପ୍ୟାନେଲିଷ୍ଟ ଦାୟିତ୍ୱ ମିଳିଛି ।ଏନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ନୂଆବର୍ଷ ପୂର୍ବରୁ ଦଳୀୟ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛି ବିଜେଡି ।

Leave a Reply

Your email address will not be published. Required fields are marked *