ରାୟଗଡାରେ ରୁଷ ପର୍ଯ୍ୟଟକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ

ରାୟଗଡା ସହର ସ୍ଥିତ ଏକ ହୋଟେଲ ରେ ଦୁଇ ଜଣ ରୁଷ ପର୍ଯ୍ୟଟକ ବ୍ଳାଦିମିର ବିଦାନଭ (୬୦) ସାଂସଦ ଆଣ୍ଟଭା ପାଭେଲ (୬୫) ଙ୍କ ରହସ୍ୟଜନକ ମୃତ୍ୟୁ ର ତଦନ୍ତ ଆଜି କ୍ରାଇମବ୍ରାଞ୍ଚ ଡି ଏସ ପି ଙ୍କ ନେତୃତ୍ୟରେ ସିରିଗୁଡା ସ୍ଥିତ ଶ୍ମଶାନରେ ଆରମ୍ଭ ହୋଇଅଛି I ଗତ ୨୧ ତାରିଖ ରୁଷ ପର୍ଯ୍ୟଟକ ଦାରିଙ୍ଗବାଡିରୁ ରାୟଗଡା ଆସି ଏକ ହୋଟେଲରେ ରହିଥିଲେ I ସାଙ୍ଗରେ ଥିଲେ ଦିଲ୍ଲୀ ରୁ ଆସିଥିବା ଟୁର ଗାଇଡ଼ ଜିତେନ୍ଦ୍ର ସିଂ I ପହଂଚିବା ବେଳେ ସେମାନେ ନିଶାଗ୍ରସ୍ତ ଥିବା ସତ୍ତ୍ୱେ ହୋଟେଲ ବାର ରୁ ପୁଣି ମଦ କ୍ରୟ କରିଥିବା ଗାଇଡ଼ କହିଛନ୍ତି l ପାଭେଲ ଓ ବିଦାନୋଭ ହୋଟେଲ ର ଗ୍ରାଉଣ୍ଡ ଫ୍ଲୋର ରେ ଥିବାବେଳେ ପର୍ଯ୍ୟଟକ ଦମ୍ପତି ପ୍ରଥମ ମହଲାର ଏକ ରୁମ ରେ ଥିଲେ l ସେମାନେ ରାୟଗଡା ରେ 2/3 ଦିନ ବୁଲିବା ପରେ ଜୟପୁର ଯାଇ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିଲା । 22 ତାରିଖ ସକାଳ ହୋଟେଲ ରୁମ ରୁ ବିଦାନୋଭ ଙ୍କ ମୃତ ଦେହ ମିଳିଥିଲା ଓ 24 ତାରିଖ ସନ୍ଧ୍ୟାରେ ପାଭେଲ ହୋଟେଲ ର ଦୁଇ ମହଲା ଛାତରୁ ଖସି ମୃତ୍ୟୁ ବରଣ କରିଥିଲେ l ପାଭେଲ ଜଣେ ସାଂସଦ ଥିବାବେଳେ ତାଙ୍କର ଏଭଳି ମୃତ୍ୟୁ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

You May Also Like

More From Author

+ There are no comments

Add yours