ବଦଳିବେ ମୋଦୀଙ୍କ ମନ୍ତ୍ରୀ!

ବଦଳିବ ମନ୍ତ୍ରିମଣ୍ଡଳ । ଦେଶର ଦାୟିତ୍ୱ ନେବେ ନୂଆ ମନ୍ତ୍ରୀ । ନନ୍ ପଫର୍ମିଙ୍ଗ ମନ୍ତ୍ରୀମାନଙ୍କୁ ମିଳିବ ଛୁଟି । ବିବାଦୀୟଙ୍କୁ ବିଦା କରାଯିବ । ଯୁବ ତଥା ଦାୟିତ୍ୱବାନଙ୍କୁ ମୁଖସ୍ରୋତରେ ସାମିଲ ହେବାର ସୁଯୋଗ । କାରଣ ଖୁବ ଶ୍ରଘ୍ର ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ । ଯାହାକୁ ନେଇ ରାଜନୀତି ମହଲରେ ବଢିଛି ଉଷ୍ମତା । ଜାନୁଆରୀ ୧୪ରେ ପଡୁଛି ମକର ସଂକ୍ରାନ୍ତି । ଯେଉଁଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ କରିପାରେ ଯୋଗ ବିୟୋଗର ପ୍ରକ୍ରିୟା । ତେବେ ଆସନ୍ତା ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଯାହାକୁ ଦୃଷ୍ଟିରେ ରଖି ଏପରି ପରିବର୍ତନ କରାଯାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଅନ୍ୟପକ୍ଷେ ଦେଖିବାକୁ ଗଲେ ବଜେଟ ଅଧିବେଶନ ପୂର୍ବରୁ ଏହି ଅଦଳବଦଳ ପ୍ରକ୍ରିୟା ଶେଷ ହେବ । ଯେଉଁଥି ପାଇଁ ଦଳର ବରିଷ୍ଠ ନେତାମାନେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲେଚନା କରିଥିବାର ସୂଚନା ରହିଛି । ସେପଟେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ନିକଟରେ ହୋଇଥିଲା ଗୁଜୁରାଟ ନିର୍ବାଚନ । ଯେଉଁଥିରେ ଭଲ ପ୍ରଦର୍ଶନ କରିଥିବା ପ୍ରାର୍ଥୀଙ୍କର ଭାଗ୍ୟ ପରିବର୍ତନ ହୋଇପାରେ । ଅନ୍ୟ ପକ୍ଷେ ଛତିଶଗଡ ଓ ରାଜସ୍ଥାନର ନେତା ମନ୍ତ୍ରୀମାନଙ୍କୁ ଏଥିରେ ସୁଯୋଗ ମିଳିପାରେ । ତେବେ ଯଦି ଏହି ମନ୍ତ୍ରିମଣ୍ଡଳରେ ଯୋଗ ବିୟୋଗ ପ୍ରକ୍ରିୟା ଲାଗୁ ହୁଏ, ତେବେ ମୋଦିଙ୍କ କ୍ୟାବିନେଟରେ ଏହା ଦ୍ୱିତୀୟ ପରିବର୍ତନ ହେବ । ପ୍ରଥମ ଥର ପାଇଁ ଅଗଷ୍ଟ ୨୦୨୧ରେ ହୋଇଥିଲା ଏହି ପରିବର୍ତନ । ୧୨ ଜଣ ମନ୍ତ୍ରୀଙ୍କୁ ମିଳିଥିଲା ଛୁଟି । ତେଣୁ କ୍ୟାବିନେଟରେ କାହା ପଦବୀ ସ୍ଥିର ନୁହେଁ, ଏପରି କହିଲେ କିଛି ଭୁଲ ହେବନି । ଯେଉଁମାନେ ଲୋକଙ୍କ ପ୍ରତିନିଧ ସାଜି ସେମାନଙ୍କ ଦୁଃଖ ଦୂର କରିପାରିବେ, ସେମାନଙ୍କୁ ଦାୟିତ୍ୱ ମିଳିବା ଉଚିତ । ଯାହା କେଉଁଠି ନା କେଉଁଠି ଏହି ଚର୍ଚ୍ଚାର ବିଷୟରୁ ସ୍ପଷ୍ଟ ହେଉଛି । ଏହା ପଛରେ ଆଗାମୀ ନିର୍ବଚନ ଜିତିବାର ଋଣ-କୌଶଳ ମଧ୍ୟ ଲୁଚି ରହିଥାଇପାରେ । ତେବେ ବର୍ତମାନ ଏହି ପରିବର୍ତନ ପୁଣି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରୁଛି । କେବଳ ମନ୍ତ୍ରିମଣ୍ଡଳ ନୁହେଁ ସଂଗଠନରେ ମଧ୍ୟ ଏହି ନିୟମ ଲାଗୁ ହୋଇପାରେ । ଯାହା ଆଗାମୀ ୨୦୨୪ ନିର୍ବାଚନ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

You May Also Like

More From Author

+ There are no comments

Add yours