‘ଆତଙ୍କବାଦ ଦ୍ୱାରା ଭାରତ ଅଧିକ ପ୍ରଭାବିତ ହୋଇଛି’: ଏସ ଜୟଶଙ୍କର

ସାଇପ୍ରସ ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସାଇପ୍ରସ ଓ ଭାରତ କୂଟନୈତିକ ସମ୍ପର୍କର ୬୦ ତମ ବାର୍ଷିକୀ ପାଳନ କରୁଥିବା ବେଳେ ଜୟଶଙ୍କର ପ୍ରଥମ ଥର ପାଇଁ ସରକାରୀ ଗସ୍ତରେ ସାଇପ୍ରସ ଯାଇଛନ୍ତି । ଗସ୍ତ ସମୟରେ ସେ ସାଇପ୍ରସର ବୈଦେଶିକ ମନ୍ତ୍ରୀ କାସୌଲିଡ୍ସଙ୍କ ସହିତ ସାକ୍ଷାତ କରି ପ୍ରତିରକ୍ଷା ଓ ସାମରିକ ସହଯୋଗିତା ସଂକ୍ରାନ୍ତ ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ଏହାଛଡା, ଦୁଇ ନେତା ବିଶ୍ୱ ଶାନ୍ତି, ସ୍ୱାଧୀନତା ଏବଂ ଗଣତନ୍ତ୍ର ସମ୍ପର୍କରେ ସେମାନଙ୍କ ମତବ୍ୟକ୍ତ କରିଛନ୍ତିି । ଏହି ଅବସରରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଦେଇଥିବା ଉଦ୍ବୋଧନରେ ପାକିସ୍ତାନକୁ କଡା ସମାଲୋଚନା କରିବା ସହିତ ଚୀନ୍କୁ କଡା ଚେତାବନୀ ଦେଇଛନ୍ତିି । ଏଥି ସହିତ ଚୀନ ସହ ସୀମା ବାବଦ ପ୍ରସଙ୍ଗରେ ଏସ ଜୟଶଙ୍କର କହିଛନ୍ତିି ଯେ ଚୀନ୍ ସହ ଆମର ସମ୍ପର୍କ ସ୍ୱଭାବିକ ନୁହେଁ । କାରଣ ଆମେ ଏକପାଖିଆ ଭାବରେ ଲାଇନ ଅଫ୍ ଆକ୍ଟୁଆଲ କଂଟ୍ରୋଲ(ଏଲଏସି) ପରିବର୍ତନ କରିବା ପାଇଁ ଚେଷ୍ଟା କରିବୁ ନାହିଁ । ଅରୁଣାଚଳର ତାୱାଙ୍ଗ ସେକ୍ଟରରେ ଚୀନ୍ ଏବଂ ଭାରତୀୟ ସୌନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ସେ କହିଛନ୍ତି ଯେ ଆମ ସୀମାରେ ଚ୍ୟାଲେଞ୍ଜ ରହିଛି । ଯାହା କୋଭିଡ ସମୟରେ ଆହୁରୀ ବୃଦ୍ଧି ପାଇଛି । ଆତଙ୍କବାଦ ଦ୍ୱାରା ଭାରତ ଅଧିକ ପ୍ରଭାବିତ ହୋଇଛି । ଆତଙ୍କବାଦ କାରଣରୁ ଭାରତ ଯେତିକି ଭୋଗିଛି , ଅନ୍ୟ କୌଣସି ଦେଶ ସେମିତି ଦୁର୍ଦ୍ଦଶା ଭୋଗିନାହିଁ । ଏଣୁ ଦେଶର ସୁରକ୍ଷା କ୍ଷେତ୍ରରେ କୌଣସି ବୁଝାମଣା କରାଯିବ ନାହିଁ । ସେ କହିଛନ୍ତି ଯେ ଆମେ ବହୁତ ସ୍ପଷ୍ଟ ଆତଙ୍କବାଦକୁ ଭାରତ କେବେ ଗ୍ରହଣ କରିବ ନାହିଁ । ଆମେ ପଡୋଶୀଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ । କିନ୍ତୁ ଭଲ ସମ୍ପର୍କର ଅର୍ଥ ନୁହେଁ ଯେ ଆମେ ଆତଙ୍କବାଦକୁ ଅଣଦେଖା କରିବୁ । ଆତଙ୍କବାଦକୁ ଅଣଦେଖା କରି ବା ଆତଙ୍କବାଦୀଙ୍କ ପାଇଁ ଆମେ ଆଲୋଚନା ଟେବୁଲକୁ ଯାଇ ପାରିବୁ ନାହିଁ । ଏହି ପ୍ରସଙ୍ଗରେ ଆମ ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧକ୍ଷତା ହାସଲ କରିବା ଦିନଠାରୁ ପାକିସ୍ତାନ ଆତଙ୍କବାଦ ଉପରେ ଭାରତକୁ କୋଣ ଅନୁକୋଣରେ ଘେରିବାକୁ ଚେଷ୍ଟା କରୁଛି । ଏଥିପାଇଁ ଗତ କିଛିଦିନ ହେବ ପାକିସ୍ତାନ ସରକାରଙ୍କ ସମସ୍ତ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ଭାରତ ବିରୋଧରେ ବିବୃତି ଦେଉଥିବାର ନଜର ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପାକିସ୍ତାନର ବୌଦେଶିକ ମନ୍ତ୍ରୀ ବିଲାୱାର ଜରଦାରୀ ଭୁଟ୍ଟୋ ଅଭଦ୍ର ଟିପ୍ପଣୀ ଦେଇ କହିଥିଲେ ଯେ, ମୁଁ ଭାରତକୁ କହିବାକୁ ଚାହୁଁଛି ଓସାମା ବିନ ଲାଡେନ ତ ମରିଯାଇଛି । ହେଲେ ଗୁଜୁରାଟର କଂସେି ଏବେବି ବଂଚିଛି, ଏବଂ ସିଏ ଭାରତର ପ୍ରଧାନମନ୍ତ୍ରୀ । ଏହାଛଡା ଜାରଦାରୀ ଭାରତ ସରକାରଙ୍କ ଆଦର୍ଶକୁ ହିଟଲରଙ୍କ ଦ୍ୱାରା ପ୍ରଭାବିତ ବୋଲି ବର୍ଣ୍ଣନା କରିଥିଲେ । ପାକିସ୍ତାନର ବୌଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବାନୀ ଖାର ମଧ୍ୟ ଭାରତ ବିରୋଧରେ ମନ୍ତବ୍ୟ ଦେଇ କହିଥିଲେ ଯେ, ଭାରତୀୟ ଗୁପ୍ତଚର ସଂସ୍ଥା ‘ରଅ’ ଗତ ଦୁଇ ବର୍ଷ ମଧ୍ୟରେ ପାକିସ୍ତାନରେ ୧୨୦୦ ରୁ ଅଧିକ ଆତଙ୍କୀ ଆକ୍ରମଣ କରିଛି । ଭାରତ ଅପେକ୍ଷା କୌଣସି ଦେଶ ଆତଙ୍କବାଦ ବ୍ୟବହାର କରିନାହାଁନ୍ତି ବୋଲି କହିଛନ୍ତି ବୌଦେଶିକ ବ୍ୟାପାର ମନ୍ତ୍ରୀ । ସାଇପ୍ରସରେ ଭାରତୀୟ ବଂଶୋଭବ ମାନଙ୍କ ସହ କଥାବାର୍ତା କରୁଥିବା ବେଳେ ପାକିସ୍ତାନ ନାଁ ନନେଇ ଜୟଶଙ୍କର କହିଛନ୍ତି ଯେ, ଆମେ କେବେ ହେଲେ ଏହି ପ୍ରସଙ୍ଗକୁ ଛାଡିବୁ ନାହିଁ । ଆତଙ୍କବାଦ ଦ୍ୱାରା ଭାରତକୁ ଆଲୋଚନା ପାଇଁ ବାଧ୍ୟ କରିବା ଉଦ୍ୟମକୁ ଆମେ କେବେ ହେଲେ ଅନୁମତି ଦେଇପାରିବୁ ନାହିଁ ।

You May Also Like

More From Author

+ There are no comments

Add yours