ଜିରୋ ନାଇଟ ପାଇଁ ଚାଲିଛି ପ୍ରସ୍ତୁତି

ଆଜି ବର୍ଷର ଶେଷଦିନ । ଏ ବର୍ଷର ଶେଷ ସୂର୍ଯୋଦୟ ଦେଖିଲା ସମଗ୍ର ବିଶ୍ୱ । ରାତି ପାହିଲେ ବଦଳିଯାଇ ଥିବ କ୍ୟାଲେଣ୍ଡର । ବିଦାୟ ନେବେ ୨୦୨୨ ଆଉ ଆସିବ ନୂଆବର୍ଷ ୨୦୨୩ । ଗତ ଦୁଇବର୍ଷ କରୋନା ପାଇଁ ଫିକା ପଡିଥିଲା ନ୍ୟୁଇୟର ସେଲିବ୍ରେସନ । ହେଲେ ଚଳିତବର୍ଷ ସେଭଳି ସ୍ଥିତି ନଥିବାରୁ ବେଶ ଜମିବ ସେଲିବ୍ରେସନ । ଡିଜେ ନାଇଟ୍ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଜିରୋ ନାଇଟ୍ ସେଲିବ୍ରେସନ ଲାଗି ସବୁଠି ଜୋରଦାର ପ୍ରସ୍ତୁତି । ଟୁଇନସିଟିର ବିଭିନ୍ନ ହୋଟେଲରେ ଜିରୋନାଇଟ୍ ସେଲିବ୍ରେସନ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏଥି ପାଇଁ ଓଡିଶା ଆସିଛନ୍ତି ବହୁ ନାମୀଦାମୀ କଂଠଶିଳ୍ପୀ, ଅଭିନେତା ଓ ଅଭିନେତ୍ରୀ । ଭାରତୀୟ ସଙ୍ଗୀତର ତାଳେ ତାଳେ ଡାନ୍ସରେ ଝୁମିବ ଜନସାଧାରଣ । ପଟିଆରେ ଥିବା କିଛି ରେଷ୍ଟୁରାଂଟରେ ଆଜି ସନ୍ଧ୍ୟାଠୁ ଉତ୍ସବ ପାଳନର ଆୟୋଜନ ମଧ୍ୟ କରାଯାଇଛି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ ହୋଟେଲରେ ଟିକେଟ୍ ୫୦୦ରୁ ୨ ହଜାର ରହିଥିବା ଦେଖିବାକୁ ମିଳିଛି । ନୂଆବର୍ଷ ଲାଗି କଟକଣା ଜାରି କରିଛି କମିଶନରେଟ ପୋଲିସ ।

ହୋଟେଲ ନିକଟରେ ସ୍ୱତନ୍ତ୍ର ପୋଲିସ ନିୟୋଜିତ ହେବେ । ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ରାତି ୧୦ଟା ଓ ହୋଟେଲ ଭିତରେ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦେଇଛି ପୋଲିସ । ସୁରକ୍ଷା ଲାଗି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୧୭ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ୍ୟପଙ୍କ ଉପରେ ରହିବ ନଜର । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ । ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବା ସହ ଘନ ଘନ ପେଟ୍ରୋଲିଂ ହେବ । କଟକରେ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ କ୍ଲବ, ୟୁନିଅନ୍ କ୍ଲବ ଏବଂ ଓସିଏ କ୍ଲବରେ ହୋଇଛି ବ୍ୟାପକ ଆୟୋଜନ । ରେଶମ ସହର ବ୍ରହ୍ମପୁରରେ ବି ନାମୀଦାମୀ ହୋଟେଲ୍ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ପଶ୍ଚିମବଙ୍ଗ ଏବଂ ଭୁବନେଶ୍ୱରରୁ କଳାକାର ମାନେ ଆସୁଥିବା ବେଳେ ଏଥର ଜମିବ ଜିରୋ ନାଇଟ୍ ।

You May Also Like

More From Author

+ There are no comments

Add yours