ଉତ୍କଳ ଆଲୁମିନା କନଭେଇର ବେଲ୍ଟର ପ୍ରଦୂଷଣ ସ୍ଥିତି ଅନୁଧ୍ୟାନ

ଉତ୍କଳ ଆଲୁମିନା କନଭେଇର ବେଲ୍ଟର ପ୍ରଦୂଷଣ ସ୍ଥିତି ଅନୁଧ୍ୟାନ କରାଯାଇଛି । ରାୟଗଡା ଜିଲ୍ଲା ଦୋରାଗୁଡା ଠାରେ ଗଡି ଉଠିଥିବା ଏହି କାରଖାନା ପାଲଟିଛି ମରଣ ଜନ୍ତା । ଯାହାର ଶୀକାର ହେଉଛନ୍ତି ଆଦିବାସୀ ଜନଜାତି । କାରଖାନାରୁ ବାହାରୁ ଥିବା ଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଦୂଷିତ କରୁଛି । ଏବଂ ନେଉଛି ଅନେକ ଜୀବନ । ତେବେ ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ସବୁ ଶୁଣିକି ଚୁପ ବସିଛି ପ୍ରଶାସନ । କାରଖାନାର କଂଚାମାଲ ପରିବହନ ପାଇଁ ଖଣି ଠାରୁ ପ୍ରାୟ କିମି ବିଶିଷ୍ଟ କନଭେଇର ବେଲ୍ଟ ନିର୍ମାଣ ହୋଇଛି । ଏହାରି ନିକଟ ଦେଇ ଏକାଧିକ ଶିକ୍ଷାନୁଷ୍ଠାନ ରହିଛି । ଯାହା ପାଇଁ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଆଖପାଖ ଲୋକମାନେ ମଧ୍ୟ ହଇରାଣ ହେଉଥିବା ସୂଚନା ରହିଛି । ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ନିରବଦ୍ରଷ୍ଟା ପାଲଟିଥିଲା ପ୍ରଶାସନ । ଏହା ପରେ ବାଦ୍ୟ ହୋି ଲୋକେ ଅଦାଲେତର ସାହାଯ୍ୟ ନେଇଥିଲେ । ଏହା ପରେ ଅଦାଲତ ଆରଡିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ରାଜ୍ୟର ପ୍ରଦୂଷଣ ଓ ଜିଲ୍ଲା ପ୍ରଦୂଷଣ ବିଭାଗ ସମେତ ଉପଜିଲ୍ଲାପାଳ କାଶୀପୁର ତହସିଲଦାର ଓ ଦୋରାଗୁଡା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ସମୀକ୍ଷା ପରେ ନ୍ୟାୟାଳୟକୁ ରିପୋର୍ଯ ସବମିଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭୀମସେନ ଶବର ।

You May Also Like

More From Author

+ There are no comments

Add yours