ରାୟଗଡା ଜିଲ୍ଲା ଲୋକ ମହୋତ୍ସବ ଚଇତି 2023 ର କଳସ ପୂଜା ଓ ଚଇତି ରଥର ଶୁଭ ଉଦଘାଟନ

ରାୟଗଡା ଜିଲ୍ଲା ଲୋକ ମହୋତ୍ସବ ଚଇତି 2023 ର କଳସ ପୂଜା ଓ ଚଇତି ରଥର ଶୁଭ ଉଦଘାଟନ ଶେଷ ହୋଇଛି । ଆଜି ଚନ୍ଦ୍ରପୁର ବ୍ଲକ, ମୀନଝୋଲା ଶିବପୀଠ ଠାରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ବ୍ଲକ ରୁ ଆସିଥିବା କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଆସନ୍ତା ଜାନୁଆରୀ 18 ରୁ 22 ତାରିଖ ପର୍ଯ୍ୟନ୍ତ ଏହି ଲୋକ ମହୋତ୍ସବ ପାଳନ କରାଯିବ l କଳସ ପୂଜା ଅବସରରେ ସାଂସଦ ସପ୍ତଗିରି ଉଲ୍ଲକା, ଆଦିବାସୀ ଉନ୍ନୟନ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶ, ଏସପି ବିବେକାନନ୍ଦ ଶର୍ମା, ଜିଲ୍ଲାପାଳ ସ୍ଵଧା ଦେବ ସିଂ ଙ୍କ ସହ ଜିଲ୍ଲା ପ୍ରଶାସନ ର ବହୁ କର୍ମଚାରୀ, ଜିଲ୍ଲା ବହୁ ଗଣମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ରେ ଚଇତି 2023 କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l
ରାୟଗଡ଼ରୁ ଅଜିତେଶ ପଟ୍ଟନାୟକ,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours