ଆନ୍ଦୋଳନରତ ଅଙ୍ଗନବାଡିକର୍ମୀ ଓ ସହାୟିକାଙ୍କୁ ଭେଟିଲେ ସରପଂଚ

ଅଲ ଓଡିଶା ଅଙ୍ଗନ ବାଡି କର୍ମୀ ସଂଘ ତରଫରୁ ୮ଦଫା ଦାବିକୁ ନେଇ ରାଜ୍ୟ ବିଧାନ ସଭା ସମ୍ମୁଖ ଓ ପ୍ରତି ବ୍ଲକରେ ଆନ୍ଦୋଳନରେ ବସିଥିବା କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ ୪୩ତମ ଦିନରେ । ଏ ନେଇ ରାଜ୍ୟ ସରକାର କୌଣସି ପଦକ୍ଷପ ନେଇନାହାନ୍ତି। ଘର ଓ ପରିବାରରୁ ଦୂରେଇ ରହିଥିବା କର୍ମୀ ଓ ସହାୟିକଙ୍କ ମନରେ ଅସନ୍ତୋଷ ଦେଖାଦେଉଛି । ମା’ଓ ମହିଳାଙ୍କ ସୁରକ୍ଷା ଦେବା କଥା ରାଜ୍ୟ ସରକାର କହୁଥିବା ବେଳେ    ଅଙ୍ଗନ ବାଡି ଓ ସହାୟିକାଙ୍କ ପ୍ରତି ବୈମାତୃକ ମନୋଭାବ ଅତି ନିନ୍ଦନୀୟ। ମହିଳାମାନେ ବ୍ଲକ ଓ ରାଜଧାନୀର ରାଜରାସ୍ତାରେ  ବେଳେ ଗର୍ଭବତୀ ଓ ପ୍ରସୃତି ମା’ ମାନଙ୍କ ପାଇଁ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ବଣ୍ଟନ ଠପ୍ ପଡିଛି।  ଆଜି ବାଣପୁର ବ୍ଲକରେ ଆନ୍ଦୋଳନରତ ଅଙ୍ଗନ ବାଡି ଓ ସହାୟିକା ମାନଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ପହଞ୍ଚିଥିଲେ ଣପୁର ବ୍ଲକ ଭେଟେଶ୍ୱରର ପଂଚାୟତର ସରପଂଚ ଶ୍ରୀମତି ସାବିତ୍ରୀ ଭୋଳ ଓ ସାଙ୍ଗର ଥିଲେ ବାଣପୁର ବ୍ଲକ ଯୁବ ନେତା ଶ୍ରୀ ଜିତେନ୍ଦ୍ର ନାଥ ଭୋଳ। ସେମାନଙ୍କ ସହ ବସି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ।

You May Also Like

More From Author

+ There are no comments

Add yours