ପ୍ରେମରେ ପଡ଼ି ହତ୍ୟାକାରୀ ସାଜିଲା ନାବାଳିକା । ସମାଜରେ ବଦନାମ କରିଥିବା ଯୁବକ ପାଇଁ ପର ହୋଇଗଲା ମା । ମଧ୍ୟପ୍ରଦେଶର ଗ୍ୱାଲିଅର୍ ସହରରେ ହତ୍ୟାକାଣ୍ଡର ଏପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ପ୍ରେମିକ ସହିତ ମିଶି ମାର ତଣ୍ଟି ଚିପି ହତ୍ୟା କରିଛି । ତେବେ ମା’କୁ ମାରିବା ପରେ ବି ନାବାଳିକାର ବର୍ବରତା କମିନି । ମୃତଦେହକୁ ବାରମ୍ବାର ଛୁରୀରେ ଆଘାତ କରିଥିବା ସୂଚନା ମିଳିଛି । ମୃତକ ମହିଳା ନିଜର ୧୭ ବର୍ଷିୟ ଝିଅ ସହିତ ହାଜିରା ଥାନା ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ହେଲେ କିଛି ଦିନ ପୂର୍ବରୁ ସୋନୁ ନାମକ ଜଣେ ଯୁବକ ଝିଅକୁ ଅପହରଣ କରି ଦୁଷ୍କର୍ମ କରିଥିଲା । ଆଉ ଏହି ଘଟଣାକୁ ନେଇ ମୃତକ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ଦୁଷ୍କର୍ମ ମାମାଲାରେ ପୋଲିସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାବାଳିକାକୁ ଉଦ୍ଧାର କରି ସୋନୁଙ୍କ ବିରୋଧରେ ଅପହରଣ ଓ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ଏଥିପାଇଁ ଜେଲ୍ ଯାଇଥିଲା ଅଭିଯୁକ୍ତ ସୋନୁ ।ତେବେ ଗତ ମାସରେ ସୋନୁ ଜେଲରୁ ବାହାରିବା ପରେ ପୀଡ଼ିତା ସହ ମିଳାମିଶା ଆରମ୍ଭ କରିଥିଲା । ହେଲେ ନାବାଳିକାଙ୍କ ମା’ଙ୍କୁ ଏସବୁ ପସନ୍ଦ ନଥିଲା । ଝିଅକୁ ଅନେକ ଥର ବୁଝାଇଥିଲେ ମଧ୍ୟ ସେ ବୁଝିନଥିଲା । ପ୍ରେମିକ ପାଇଁ ମାନମହତ ଭୁଲିଯିବା ସହ ମା’ଙ୍କୁ ବି ନିଜ ପଥରେ କଣ୍ଟା ଭାବିଲା । ଶେଷରେ ରାତିରେ ପ୍ରେମିକ ସହ ସେ ନିଜ ମା’ଙ୍କୁ ମାରିବା ପରେ ରାତରାତି ଶବକୁ ଲୁଚାଇବାକୁ ଚେଷ୍ଟା କରିଥିଲା । ହତ୍ୟା କରିବା ପରେ ମା’ର ମୃତଦେହକୁ ଅନେକ ଥର ଛୁରୀରେ ଆଘାତ କରାଯାଇଥିଲା । ତେବେ ସନ୍ଦେହ ହେବାରୁ ଘର ମାଲିକ ପୋଲିସ୍କୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖଟିଆ ତଳେ ଲୁଚାଇ ରଖିଥିବା ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ଝିଅ ଏବେ ନିଜ ଅପରାଧ ସ୍ୱୀକାର କରିଛି ଏବଂ ଏହି ଘଟଣାରେ ତାଙ୍କ ପ୍ରେମିକର ସମ୍ପୃକ୍ତି ବିଷୟରେ ମଧ୍ୟ କହିଛି । ଏହା ପରେ ପୋଲିସ ଉଭୟଙ୍କୁ ଗିରଫ କରି ସମ୍ପୃକ୍ତ ବିଭାଗ ଅଧୀନରେ ମାମଲା ରୁଜୁ କରିଛି ।
You May Also Like
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
ସାପର ଧମକ୍,ଦଂଶନ କରିବି
July 13, 2024
More From Author
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
+ There are no comments
Add yours