ସାକ୍ଷୀ ବଖାଣିଲେ ଦୁର୍ଘଟଣାର କାହାଣୀ

ଦିଲ୍ଲୀର ସୁଲତାନପୁରୀ ଯୁବତୀଙ୍କ ହତ୍ୟା ମାମଲାରେ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସାମ୍ନକୁ ଆସିଛି ନୂଆ କଥା । ତେବେ ଯୁବତୀଙ୍କ ନାଁ ଅଞ୍ଜଲି ସିଂ ବୋଲି ସୂଚନା ରହିଛି । ପାଖାପାଖି ୧୨ କିମି ପର୍ଯ୍ୟନ୍ତ ଗାଡିର ଚକା ତଳେ ଘୋଷାଡି ଘୋଷାଡି ନେଇଥିଲେ ଦୃବୁର୍ତ । ତେବେ ଏହି ମାମଲାରେ ଆସିଛି ଏକ କଥା । ପୁଲିସ ହାତରେ ଲାଗିଛି ଏକ ବଡ଼ ପ୍ରମାଣ । ଏକ ପ୍ରେସ କନଫରେନ୍ସରେ ପୁଲିସ ନିଜର ପ୍ରତିକ୍ରିୟା ରଖିଛି । ଦୁର୍ଘଟଣା ସମୟରେ ଆଉ ଏକ ଯୁବତୀ ମଧ୍ୟ ଏଥିରେ ଆହତ ହୋଇଥିଲେ । ତାଙ୍କ ଅନୁସାରେ ତାଙ୍କୁ ବିଶେଷ କିଛି ଆଘାତ ଲାଗିନି । କାରଣ ଦୁର୍ଘଟଣା ସମୟରେ ହିଁ ସେ ସେଠାରୁ କଳେ ବଳେ କୌଶଳେ ଉଠି ଚାଲିଯାଇଥିଲେ । ସେଦିନ ରାତିରେ କିପରି ହୋଇଥିଲା ଏହି ଦୁର୍ଘଟଣା ଏନେଇ ସେ ବଖାଣିଥିଲେ ପୁଲିସ ସାମ୍ନାରେ । ଯାହାକୁ ୧୬୪ ସିଆରପିସି ଆଧାରରେ ଦର୍ଜ କରାଯାଇଛି । ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ବର୍ତମାନ ପୁଲିସ ପାଖରେ ରହିଛି ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଓ ପ୍ରମାଣ । ପୁଲିସ ଆହୁରି ମଧ୍ୟ କହିଛି ଯେ, ଦୁର୍ଘଟଣାରେ ଅନ୍ୟ ଯୁବତୀଙ୍କୁ ବେଶୀ ଆଘାତ ଲାଗିନି । ସେ ତଦନ୍ତରେ ପୁଲିସକୁ ସାହାଯ୍ୟ କରୁଛନ୍ତି । ସବୁ ପରିପ୍ରେକ୍ଷୀରେ କରାଯାଉଛି ଯାଂଚ । ଏବଂ ଶବର ପୋଷ୍ଟମର୍ଟମ ପରେ ଘର ଲୋକଙ୍କୁ ଅନ୍ତିମ ସଂସ୍ମାର ପାଇଁ ହସ୍ତାନ୍ତର କରାଯିବ । ତେବେ ନୂଆ ବର୍ଷର ଅବସରରେ ସବୁଠି ଉତ୍ସବର ପରିବେଶ ଥିବା ସମୟରେ ଜଣେ ମହିଳାଙ୍କୁ ୧୨ କିମି ପର୍ୟ୍ୟନ୍ତ ଘୋଷାଡି ନେଇଛି ଚଳନ୍ତା କାର । ଫଳରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା । ଏମିତି ଘଟଣା ଘଟିଥିଲା ଦିଲ୍ଲୀ ସୁଲତାନପୁରୀ ଅଞ୍ଚଳରେ । ନୂଆ ବର୍ଷ ସକାଳୁ ସକାଳୁ ଏପରି ଘଟଣା ସାରା ରାଜଧାନୀବାସୀଙ୍କ ହୃଦୟକୁ ଭିଜାଇ ଦେଇଥିଲା ।୨୦ ବର୍ଷର ଏହି ଯୁବତୀ ଜଣକ ସ୍କୁଟିରେ ଯାଉଥିବାବେଳେ ମଦ୍ୟପ ଯୁବକଙ୍କ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ତାଙ୍କୁ ୧୨ କିମି ପର୍ୟ୍ୟନ୍ତ ଘୋଷାଡ଼ି ନେଇଥିଲା । ଏହି ଘଟଣାର ଯେଉଁ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି ତାହା ଛାତିକୁ ଥରାଇ ଦେଲାପରି । ଯୁବତୀଙ୍କ ଗୋଡ଼ କିମ୍ବା ହାତ କାରରେ ଲାଖି ରହିଥିଲା । କାରରେ ୫ ଜଣ ଯୁବକ ଥିଲେ। ଏ ଘଟଣା ପରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେପଟେ ଏହି ଘଟଣାକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କ୍ଷୋଭ ପ୍ରକାଶ କରିବା ସହ ଏହାକୁ ନିନ୍ଦା କରିଛନ୍ତି ।

You May Also Like

More From Author

+ There are no comments

Add yours