ଦୀର୍ଘ ଦିନ ଧରି ମିଥ୍ୟା ପ୍ରତିଶୃତି ଓ କମ୍ପାନୀ ନ ହେବାରୁ ଅଞ୍ଚଳ ବାସୀ ଙ୍କ ଅସନ୍ତୋଷ

ରାୟଗଡା : ଦୀର୍ଘ ଦିନ ଧରି ମିଥ୍ୟା ପ୍ରତିଶୃତି ଓ କମ୍ପାନୀ ନ ହେବାରୁ ଅଞ୍ଚଳ ବାସୀ ଙ୍କ ଅସନ୍ତୋଷ । ଜମିହରା କୋଡିଙ୍ଗାମାଳି ଅଞ୍ଚଳର ପ୍ରଭାବିତ ଓ ଆଦିତ୍ୟ ଆଲୁମିନିୟମ କାରଖାନା ପ୍ରଭାବିତ ଅଞ୍ଚଳବାସାଙ୍କ ମଧ୍ୟରେ ଦେଖାଦେଲାଣି ତୀବ୍ର ଅସନ୍ତୋଷ । ତେଣୁ ବୁଧବାର ସିଙ୍ଗରମ ଫଉଲ ଯୋଡା ନିକଟରେ ଏକ ବୈଠକରେ ଏକାଠି ହେବେ ପ୍ରଭାବିତ ଲୋକେ । ଲକ୍ଷ୍ମୀପୁର ଓ ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ,ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ,କୋଡିଙ୍ଗାମାଳି ପ୍ରଭାବିତ ଓ ଆଦିତ୍ୟ ଆଲୁମିନିୟମ ଦ୍ୱାରା ପ୍ରଭାବିତ ଗ୍ରାମ ପଞ୍ଚାୟତର ସମସ୍ତ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ମାନେ କାର୍ଯ୍ୟକ୍ରମରେ ଯୋଗ ଦେବେ । 2007-08ରୁ ଇଡକୋ ଦ୍ୱାରା ଜମି ଅଧିଗ୍ରହଣ ପରେ ମଧ୍ୟ କାରଖାନା ପ୍ରତିଷ୍ଠା ହୋଇନାହିଁ । ତେଣୁ କାରଖାନା ହେବା ନେଇ ପ୍ରତିଶୃତି ପରେ କମ୍ପାନୀ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଭାବିତ । ସରକାର କାରଖାନା ପ୍ରତିଷ୍ଠା ନକଲେ ଅଧିଗ୍ରହଣ ଜମିକୁ ତୁରନ୍ତ ଫେରାଇବା ଉଚିତ । ଓଏମସି ଦ୍ୱାରା କୋଡିଙ୍ଗାମାଳିରୁ ବେଦାନ୍ତକୁ କଞ୍ଚାମାଲ ଦୀର୍ଘ 4 ବର୍ଷ ହେବ ରପ୍ତାନୀ ହେଉଛି ।କିନ୍ତୁ ବେଦାନ୍ତର ସିଏମଆର ପାଣ୍ଠିରୁ ଅଞ୍ଚଳବାସୀଙ୍କ ପାଇଁ କିଛି ବିନିଯୋଗ ହେଉାହିଁ । ଏଭଳି ବିଭିନ୍ନ ବିଷୟକୁ ନେଇ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ କୋଡିଙ୍ଗାମାଳୀ ସୁରକ୍ଷା ମଞ୍ଚ ଓ ପ୍ରଭାବିତ ଲୋକେ ।

You May Also Like

More From Author

+ There are no comments

Add yours