ପରିବେଶ ବିଜ୍ଞାନରେ କ୍ୟାରିଅର ସୁଯୋଗ

“ମୁଁ ବି ସମର୍ଥ” କାର୍ଯ୍ୟକ୍ରମର ଦଶମ ଭାଗ,ଯୋଗ ଦେଲେ ବହୁ ରାଜ୍ୟର ବିଦ୍ୟାର୍ଥୀ

ନବରଙ୍ଗପୁର: ସାମ୍ପ୍ରତିକ ପରିସ୍ଥିତି ରେ ପ୍ରତ୍ୟେକ ବିଦ୍ୟାର୍ଥୀ ପରିବେଶ ବିଜ୍ଞାନ ଆହୋରଣ ସହ ପରିବେଶ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ ହେବା ଦରକାର ବୋଲି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ର ନିର୍ଦ୍ଦେଶକ ପ୍ରଫେସର ସରୋଜ କାନ୍ତ ବାରିକ ପରାମର୍ଶ ଦେଇଛନ୍ତି । ‘ମୁଁ ବି ସମର୍ଥ’ କ୍ୟାରିୟର ବିକାଶ କାର୍ଯ୍ୟକ୍ରମ ର ଦଶମ ଭାଗରେ ଯୋଗ ଦେଇ ପ୍ରଫେସର ବାରିକ ଅର୍ଥନୀତି, ଆଇନ, ସମାଜ ବିଜ୍ଞାନ ସହ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ବନସ୍ପତି ବିଜ୍ଞାନ ଭଳି ପାଠ୍ୟକ୍ରମ ଦ୍ଵାରା ପରିବେଶ ବିଜ୍ଞାନୀ ହୋଇ ପାରିବେ ବୋଲି ପ୍ରକାଶ କରିଛନ୍ତି।ଜେ.ଏସ୍.ଡବ୍ଳୁ ମୁମ୍ବାଇ ର ଜେନେରାଲ ମ୍ୟାନେଜର ଡ଼ଃ ଆନନ୍ଦ ରାଜ ଯୋଗ ଦେଇ ଶିଳ୍ପାୟନ ବଢୁଥିବାରୁ ଶିଳ୍ପ ସଂସ୍ଥାରେ ପରିବେଶ ବିଜ୍ଞାନ ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ତେଣୁ ବିଦ୍ୟାର୍ଥୀ ଙ୍କ ପାଇଁ ଶିଳ୍ପ ସଂସ୍ଥାରେ ଅନେକ ସୁଯୋଗ ରହିଛି ବୋଲି ଡ଼ଃ ରାଏ ପ୍ରକାଶ କରିଛନ୍ତି। ଚେନ୍ନାଇ ସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥାନ ଅଧିନସ୍ଥ କେନ୍ଦ୍ରୀୟ ଖାରାଜଳ ଜୀବ ପରିପାଳନ ସଂସ୍ଥାନ ର ପ୍ରଧାନ ବୈଜ୍ଞାନିକ ଡଃ ସରସ୍ଵତୀ.ଆର ଯୋଗ ଦେଇ ଜୀବ ବିଜ୍ଞାନରେ ରହିଥିବା ସୁଯୋଗ ସମ୍ପର୍କରେ ପ୍ରକାଶ କରିଥିଲେ ।
ଗୁଜୁରାଟ ଆନନ୍ଦ ସ୍ଥିତ ନଧୁବାଇ ପଟେଲ କଲେଜ ର ଆସିଷ୍ଟାଣ୍ଟ ପ୍ରଫେସର ସୁସ୍ମିତା ସାହୁ ଯୋଗ ଦେଇ ପରିବେଶ ବିଜ୍ଞାନ ରେ ଛାତ୍ରଛାତ୍ରୀ ଅଧିକ ଯତ୍ନବାନ ହେବା ସହ ପରିବେଶ ସଂରକ୍ଷଣ ପାଇଁ ଉତ୍ତରଦାୟୀ ହେବା ଆବଶ୍ୟକ ବୋଲି ଡ଼ଃ ସାହୁ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସ୍ଥିତ ସି.ଏସ୍.ଆଇ.ଆଇ.ଏମ୍.ଏମ୍.ଟି ସଂସ୍ଥା ର ପ୍ରଧାନ ବୈଜ୍ଞାନିକ ଡଃ ମନିଷ କୁମାର ଯୋଗ ଦେଇ ପରିବେଶ ବିଜ୍ଞାନୀ ପାଇଁ CSIR,ICAR ଶିଳ୍ପ ସଂସ୍ଥା ଏବଂ ବିଶ୍ଵ ବିଦ୍ୟାଳୟ, ମହାବିଦ୍ୟାଳୟର ଗବେଷକ ହେବା ସହ ଅଧ୍ୟାପନା ରେ ଯୋଗ ଦେଇ ପାରିବେ ବୋଲି ଡ଼ଃ ମନିଷ ପ୍ରକାଶ କରିଛନ୍ତି। ‘ ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ ର ସଂଯୋଜକ ଲକ୍ଷ୍ମୀ ନାରାୟଣ ବକ୍ସି ବିଶ୍ଵ ର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ପରିବେଶ ବିଜ୍ଞାନୀ ଙ୍କ ପାଇଁ କର୍ମସଂସ୍ଥାନ ଅନେକ ମାତ୍ରାରେ ବଢୁଥିବାର ପ୍ରକାଶ କରିଛନ୍ତି। ଓଡ଼ିଶା ଛଡ଼ା ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟ ର ବିଦ୍ୟାର୍ଥୀ କ୍ୟାରିୟର ସମ୍ବନ୍ଧରେ ପ୍ରଶ୍ନ ପଚାରିଥିଲେ ।

You May Also Like

More From Author

1 Comment

Add yours

+ Leave a Comment