ଭାରତରେ ହଲିଉଡ କ୍ରେଜ୍; ପଛରେ ପକାଉଛି ଅବତାର-୨

ଭାରତରେ ବିଦେଶୀ ଫିଲ୍ମର ଯାଦୁ। ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଫିଲ୍ମ ପରେ ବର୍ତ୍ତମାନ ହଲିଉଡ ଚଳଚିତ୍ର ପାଇଁ ବଢୁଛି କ୍ରେଜ୍। ଓଡ଼ିଶାରେ ମଧ୍ୟ ଦମନ ଓ ପ୍ରତୀକ୍ଷା ପରି କିଛିଟା ହାତ ଗଣତି ସିନେମା ପରେ ଏବେ ବିଦେଶୀ ସିନେମାକୁ ମଧ୍ୟ ସେତିକି ଭଲ ପାଇବା ଦେଉଛନ୍ତି ଦର୍ଶକ।

ଜେମ୍ସ କାମେରୁନଙ୍କ ଅବତାର ୨ ଫିଲ୍ମ ସାରା ବିଶ୍ୱରେ ଜବରଦସ୍ତ ବ୍ୟବସାୟ କରୁଛି । ରିପୋର୍ଟ ମୁତାବକ ଏହା ପାଖାପାଖି ୧୩ ହଜାର କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ରେକର୍ଡ ବ୍ୟବସାୟ ଜାରୀ ରଖିଛି । ରବିବାର ଆଡଭାନ୍ସ ବୁକିଂ ରିପୋର୍ଟ ଆସିବା ପରେ ଏହା ୩୭୨.୨୫ କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଏଥିସହ ଏହା ଭାରତର ଏକ ନମ୍ବର ହଲିଉଡ ଫିଲ୍ମ ସାଜିଛି । ପୂର୍ବରୁ ଆଭେର୍ଞ୍ଜସ ଏଣ୍ଡଗେମ ୩୭୩.୨୨ କୋଟି ଆୟ କରି ରେକର୍ଡ କରିଥିଲା । ଅବତାର ୨ ଏହାକୁ କାଟି ଦେଇଛି । ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି ୨୦୧୮ରେ ଆସିଥିବା ଆଭେଞ୍ଜର୍ସ ଇନଫିନିଟି ୱାର । ଏହା ୨୨୭.୪୩ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

ସ୍ପାଇଡର ମ୍ୟାନ ନୋ ୱେ ହୋମ ୨୧୮.୪୧ କୋଟି ଓ ଦି ଜଙ୍ଗଲ ବୁକ ୧୮୮ କୋଟି ଆୟ କରିଥିଲା । ଭାରତୀୟ ବକ୍ସ ଅଫିସରେ ଦୃଶ୍ୟମ ୨ ଓ ଅବତାର ୨ ଚମତ୍କାର ବ୍ୟବସାୟ ଜାରୀ ରଖିଥିବା ବେଳେ ରଣବୀର ସିଂଙ୍କ ସର୍କସ ଫ୍ଲପ ହୋଇଯାଇଛି ।

You May Also Like

More From Author

+ There are no comments

Add yours