Thu. Oct 15th, 2026

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଉଦଘାଟିତ ହେବ। ଏହାକୁ ଆଉ କିଛି ସମୟ ପରେ ୦୪:୩୦ ରେ ଭରଚୁଆଲ ମୋଡ଼ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଉଦଘାଟନ ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ୨୩ଟି ଜିଲ୍ଲାରେ ୩୦ ଟି ନୂଆ ପୋଲିସ ଥାନା କୁ ଭରଚୁଆଲ ମୋଡ଼ରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଥିରେ ନାଚୁଣୀ ଥାନା ଅନ୍ୟତମ। ଏହି ଉତ୍ସବରେ ଯୋଗଦେଲେ ରାଜ୍ୟସଭା ସାଂସଦ, ମାନସ ରଞ୍ଜନ ମଙ୍ଗରାଜ , ଖୋର୍ଦ୍ଧା ଜିଲ୍ଲାପାଳ  କେ ସୁଦର୍ଶନ ଚକ୍ରବତ୍ତୀ ,ଖୋର୍ଦ୍ଧା ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି , ଖୋର୍ଦ୍ଧା ଏସ୍ପି  ସିଦ୍ଧାର୍ଥ କଟାରିୟା , ବାଣପୁର ବ୍ଲକ ବିଡ଼ିଓ ବୁଲବୁଲ ବେହେରା ,  ବାଣପୁର  ତହସିଲଦାର କୁଞ୍ଜବିହାରି ବଡ଼ଜେନା ଯୋଗ ଦେଇଥିଲେ ।

ପୋଲିସ ପ୍ରଶାସନର ବାଣପୁର ଠାରୁ ଟାଙ୍ଗି ପର୍ଯ୍ୟନ୍ତ ଯେଉଁ ସବୁ ଥାନା ଓ ଫାଣ୍ଡି ମାନଙ୍କର ଉନ୍ନତି କରଣ ପାଇଁ ନିଜ ବକ୍ତବ୍ୟରେ ଏସବୁର ଉନ୍ନତି କରଣ ପାଇଁ ନିଜ ଏମ୍ ପି ଫଣ୍ଡରୁ ସମସ୍ତ ଅର୍ଥ ବିନିଯୋଗ କରିବାକୁ ଯାହା ଆବଶ୍ୟକ ସେ ସବୁର ସମସ୍ତ ବନ୍ଦୋବସ୍ତ କରିବାକୁ ଏଠାରେ ଉପସ୍ଥିତ ଜନ ସାଧାରଣ ଓ ପୋଲିସ ବିଭାଗକୁ ପ୍ରତିଶୃତି ଦେଇଥିଲେ।

ବାଣପୁର ଏନ୍ଏସିର ଅଧ୍ୟକ୍ଷ ଶ୍ରୀ ମିଟୁ ନାୟକ ନିଳାଦ୍ରୀ ପ୍ରସାଦ ଠାରେ ଏକ ପୋଲିସ ଆଉଟ ପୋଷ୍ଟ  କରାଇବା ପାଇଁ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମାନସ ମଙ୍ଗରାଜଙ୍କୁ ଓ ଜିଲ୍ଲାପାଳ ତଥା ଏସ୍ ପି ଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମକୁ ଏସ ଡି ପି ଓ ଶ୍ରୀ ମାନସ କୁମାର ବାରିକ ପରିଚାଳନା କରିଥିଲେ। ଆଇ ଆଇ ସି ବାଣପୁର ଶ୍ରୀ ଜୟ ପ୍ରକାଶ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *