
ସାଗର ର ଲହରୀ
ବୋହିଯିବାର ନିଶା,
ପବନ ଆଉ ଝରାପତ୍ର ର ଶବ୍ଦରେ
ନିଶ୍ୱାସ ବିଶ୍ୱାସ ଆଉ ପ୍ରଶ୍ୱାସ କୁ ଅନୁଭବି
ହୃଦୟ କି ଚୁପ୍ ରୁହେ…!!! (1)

କାହିଁ କେଉଁ ଦିନରୁ ଅନୁଭବି ନ’ଥିଲି
ହୃଦୟ ଟା ମୋର କାନ୍ଦିପାରେ ବୋଲି…
ଏବେ ଟିକେ ଆଶ୍ୱସ୍ତି
ହୃଦୟ ଟା ଠିକ୍ ଠାକ ଅଛି ବୋଲି
ଦୁଃଖ ରେ ତ ସବୁକାଳେ
ଏବେ ଖୁସିରେ ବି କାନ୍ଦିପାରୁଛି…
କିଛି କଥା ଓଠ କୁ ଛୁଇଁ ଫେରିଗଲା
କିଛି ଠିକଣା ମନରେ ଥାଇବି
ବାଟ ଭୁଲି ହେଇଗଲା..
ଏ କଥା ବୁଝିଲା ପରେ ନିରୀହ ସକାଳ ଟା
ହଠାତ ଏକା କରିଦେଲା,
ବହୁତ ଦିନ ପରେ ହୃଦୟ ଟା
ଖୁସିରେ ବି କାନ୍ଦିବା ଶିଖିଲା…
?
© ରଘୁନାଥ ବିଶ୍ଵାଳ
ଖୁବ ସୁନ୍ଦର କବିତା