ଜାଣନ୍ତୁ! ପିଜୁଳି ପତ୍ରର ଉପକାରିତା…

ପିଜୁଳିକୁ କିଏ ବା ଭଲ ପାଏନି। ଏହା ଗୋଟିଏ ଏଭଳି ଫଳ ଯାହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ପିଜୁଳି ସାରା ଦୁନିଆରେ ଗୋଟିଏ ଲୋକପ୍ରିୟ ଫଳ ଭାବରେ ପରିଚିତ । କିନ୍ତୁ ଏହାର ପତ୍ର ପୋଷାକ ତତ୍ତ୍ଵ ରେ ଭରପୁର ହେବା ସହ ଆଣ୍ଟି ଅକ୍ସୀଡାଣ୍ଟ ରେ ମଧ୍ୟ ଭରପୁର ରହିଥାଏ । ଅନେକ ରୋଗ ପାଇଁ ପିଜୁଳି ପତ୍ର ପାରମ୍ପରିକ ଭାବରେ ବ୍ୟବହାର କରାଯାଏ ।

କଣ ପିଜୁଳି ପତ୍ର ରେ ହୋଇଥାଏ ଓଜନ ହ୍ରାସ -ଗବେଷଣା ଅନୁସାରେ ପିଜୁଳି ପତ୍ର ରେ ପ୍ରସ୍ତୁତ ଚା ପିଇବା ଦ୍ୱାରା କିମ୍ବା ପିଜୁଳି ପତ୍ର କୁ ନିୟମିତ ଭାବରେ ଚୋବାଇ ଖାଇ ଉଷୁମ ପାଣି ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । କିଛି ମୂଷା ଙ୍କୁ ନେଇ ହୋଇଥିବା ଗବେଷଣା ଅନୁସାରେ ପିଜୁଳି ପତ୍ର ରେ ବ୍ଲଡ଼ ସୁଗାର ଓ କୋଳେଷ୍ଟ୍ରାଲ ନିୟନ୍ତ୍ରିତ ହେବାରେ ସାହାଯ୍ୟ କରିଥାଏ । ଏହାଛଡା ଏଥିରେ ଥିବା ଆଣ୍ଟି ଅକ୍ସୀଡାଣ୍ଟ ମଧ୍ୟ ଓଜନ ହ୍ରାସ କରିବା ସହ ଅନ୍ଯ ଉପାଦେୟତା ଯୋଗାଇଥାଏ।

:- ଗବେଷକ ଙ୍କ ମତରେ ନିୟମିତ ପିଜୁଳି ପତ୍ର ରେ ଚା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା କୋଲେଷ୍ଟ୍ରାଳ ସ୍ତର ଦୃତ ଗତିରେ ନିୟନ୍ତ୍ରିତ ହୋଇଥାଏ । ଏହାଛଡା ଆପଣ ଚାହିଁଲେ ଏହାର ପତ୍ର କୁ ନିୟମିତ ଚୋବେଇ ମଧ୍ୟ ଖାଇ ପାରିବେ

:- ପିଜୁଳି ପତ୍ର ରେ ଚା ପ୍ରସ୍ତୁତ କରି ମଧୁମେହ ରୋଗୀ ମାନେ ପିଇବା ଦ୍ଵାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ । ଏହାଛଡା ଏହାର ପତ୍ର ର ରସକୁ ମଧ୍ୟ ଆପଣ ଅଦା ରେ ମିଶାଇ ସେବନ କରିବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରିତ ଥାଏ ।

:- ଆପଣ ଯଦି ନିୟମିତ ଭାବରେ ସମସ୍ତ ପ୍ରକାର ର ଶର୍କରା ଜାତୀୟ ଜିନିଷ ଠାରୁ ଦୂରେଇ ରହି କେବଳ ପିଜୁଳି ପତ୍ର ଓ ଅଦା ରେ ପ୍ରସ୍ତୁତ ଚା ସେବନ କରିବେ ତେବେ ଓଜନ ହ୍ରାସ ହେବ । କାରଣ ଏଥିରେ ଉଚ୍ଚ ମାତ୍ରାର ଆଣ୍ଟି ଅକ୍ସୀଡାଣ୍ଟ ରହିଥାଏ । ଯାହା କି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।

You May Also Like

More From Author

+ There are no comments

Add yours