Wed. Oct 14th, 2026

ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ତାରିଖରେ ଲାଗିବାକୁ ଯାଉଛି । ଏହା ଦୀପାବଳିର ଦିନକ ପରେ ହେବାର ଅଛି । ଏହି ଦିନ ଗୋବର୍ଦ୍ଧନ ପୂଜା ମଧ୍ୟ ଅନୁଷ୍ଠିତ ହେବ । ସୂର୍ଯ୍ୟ ପରାଗ ଭାରତୀୟ ସମୟ ଅନୁସାରେ ଅକ୍ଟୋବର ୨୫ ତାରିଖ ଅପରାହ୍ନ ୪ଟା ୨୯ରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ୨୪ ପର୍ଯ୍ୟନ୍ତ ରହିବ । ପାଞ୍ଜି ଅନୁସାରେ, କାର୍ତ୍ତିକ ଅମାବାସ୍ୟା ତିଥି ୨୦୨୨ ମସିହା ଅକ୍ଟୋବର ୨୪ ତାରିଖ ଅପରାହ୍ନ ୫ଟା ୨୯ରୁ ଆରମ୍ଭ ହୋଇ ପରଦିନ ଅର୍ଥାତ ଅକ୍ଟୋବର ୨୫ ତାରିଖ ଅପରାହ୍ନ ୪ଟା ୨୦ ପର୍ଯ୍ୟନ୍ତ ରହିବ।

ଏଭଳି ସ୍ଥିତିରେ ଚଳିତ ବର୍ଷ ଦୀପାବଳି ଅକ୍ଟୋବର ୨୪ ତାରିଖରେ ପାଳନ କରାଯିବ । ସେହିଭଳି ଦୀପାବଳି ପରଦିନ କାର୍ତ୍ତିକ ଶୁକ୍ଳ ପ୍ରତିପଦା ଦିନ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୁଟ ପର୍ବ ପାଳନ କରାଯିବ । ଏହି ଦିନ ପ୍ରଦୋଷ ବ୍ରତ ମଧ୍ୟ ପାଳନ କରାଯିବ । ପ୍ରଦୋଷ ବ୍ରତ ପୂଜାର ସମୟ ସନ୍ଧ୍ୟା ୫ଟା୫୦ମିନିଟ୍ ରୁ ରାତି ୮ଟା ୨୨ ମିନିଟ୍ ପର୍ଯ୍ୟନ୍ତ ରହିଛି । ଏହି ସମୟରେ ଲୋକମାନେ ଏହି ବ୍ରତ ପୂଜା ମଧ୍ୟ କରିପାରିବେ । ସେପଟେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ରେ ଲାଗିବ । ଏହାର ସୂତକ କାଳ ମାନ୍ୟ ହେବନାହିଁ ।

କାରଣ ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ । ଦେଖିବାକୁ ଗଲେ ସୂର୍ଯ୍ୟ ପରାଗର ସୂତକ କାଳ ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଇଥାଏ ଏବଂ ସୂର୍ଯ୍ୟ ପରାଗ ଶେଷ ହେବା ସହ ସମାପ୍ତ ହୋଇଥାଏ । ଚଳିତ ବର୍ଷ ଦାପାବଳି ଅକ୍ଟୋବର ୨୪ରେ ପାଳନ କରାଯିବ ଏବଂ ପରଦିନ ଅର୍ଥାତ ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ଲାଗିବ । ଯଦିଓ ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ, ତେଣୁ ଦୀପାବଳି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ସେହିଭଳି ଗୋବର୍ଦ୍ଧନ ପୂଜା ମଧ୍ୟ ପାଳନ କରାଯାଇପାରିବ ।

Leave a Reply

Your email address will not be published. Required fields are marked *