ପ୍ରାକ୍ଟିକାଲ ପରୀକ୍ଷା ପରେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଉନ୍ମତ୍ତକାଣ୍ଡ ।

ଶବ୍ଦ ଓଡିଶା ବ୍ୟୁରୋ: ତାମିଲନାଡୁ ମାରନଦହଲ୍ଲୀ ନିକଟରେ ଥିବା ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ର ପ୍ରାକ୍ଟିକାଲ ପରୀକ୍ଷା ପରେ ଭଙ୍ଗାରୁଜା କରିଛନ୍ତି । ଶ୍ରେଣୀ ଗୃହରେ ଭଙ୍ଗାରୁଜା କରିଛନ୍ତି ଛାତ୍ର । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ସ୍କୁଲର କିଛି ଛାତ୍ରୀଙ୍କ ସମେତ ଛାତ୍ର ପ୍ରାକ୍ଟିକାଲ ପରୀକ୍ଷା ଦେବା ପରେ ସେଠାରେ ଥିବା ଆଲମାରୀ, କାଗଜପତ୍ର ଏବଂ ଡେସ୍କବେଞ୍ଚ ଭଙ୍ଗାରୁଜା କରିଥିଲେ ।
ସେତିକିରେ ମଧ୍ୟ ସେମାନେ ଶାନ୍ତ ହୋଇନଥିଲେ ସେମାନେ ଶ୍ରେଣୀରେ ଥିବା ଟେବୁଲ, ବେଞ୍ଚ ଏବଂ ସିଲିଂକୁ ମଧ୍ୟ କ୍ଷତି ପହଞ୍ଚାଇଥିଲେ । ଏମାନଙ୍କୁ ଶିକ୍ଷକ ଅନେକ ଥର ବୁଝାଇଥିଲେ ମଧ୍ୟ ସେମାନେ ସବୁବେଳେ କଥାକୁ ନଜରଅନ୍ଦାଜ କରିଆସୁଥିଲେ । ମୁଖ୍ୟ ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ରାଗ ବାହାରକରିବା ପାଇଁ ସେମାନେ ଏହିଭଳି କରିଛନ୍ତି । ଏନେଇ ଆରମ୍ଭ ହୋଇସାରିଛି ବିଭାଗୀୟ ଯାଞ୍ଚ । ସମସ୍ତଙ୍କୁ ଲିଖିତ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି ।
ପ୍ରାଥମିକ ଭାବେ ସମସ୍ତଙ୍କୁ ୫ଦିନ ପାଇଁ ନିଲମ୍ବନ କରାଯାଇଛି । ତେବେ ଏମାନଙ୍କୁ ପରୀକ୍ଷାରେ ବସିବା ପାଇଁଏ ଅନୁମତି ଦିଆଯାଇଛି । ସ୍ଥାନୀୟ ଗ୍ରାମବାସୀ ଏସବୁର ମରାମତି କରିବା ପାଇଁ ସାମ୍ନାକୁ ଆସିଛନ୍ତି ।

You May Also Like

More From Author

+ There are no comments

Add yours