Thu. Oct 15th, 2026


ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନିଟ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏହି ପରୀକ୍ଷାରେ ଯେଉଁମାନେ ଯେତେ ଅଧିକ ମାର୍କ ପାଇଥାନ୍ତି ସେମାନେ ସେହି ଅନୁସାରେ ଭଲ ଭଲ ମେଡିକାଲ କଲେଜରେ ଆଡମିଶନ ଗ୍ରହଣ କରିଥାନ୍ତି । ତେବେ ବର୍ତ୍ତମାନ ଏଭଳି ଗୋଟିଏ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଆପଣ ଭାବନ୍ତୁ ଯେତେବେଳେ ୯୯ ପ୍ରତିଶତ ମାର୍କ ରଖି ମଧ୍ୟ ଆପଣଙ୍କୁ ଏମବିବିଏସ କରିବାକୁ ସୁଯୋଗ ମିଳିବନାହିଁ ସେତେବେଳେ ଆପଣ କଣ କରିବେ । ଆପଣକୁ ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୯୯.୩ ପ୍ରତିଶତ ମାର୍କ ରଖିଥିବା ଛାତ୍ରକୁ ନାମଲେଖାପାଇଁ ସୁଯୋଗ ମିଳିନାହିଁ ।
ପୁଡୁଚେରୀର ପ୍ରତିଷ୍ଠିତ ଜବାହାରଲାଲ ଇଉନଷ୍ଟିଚ୍ୟୁଟ ଅଫ୍ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚରେ ଦୁଇଟି ଜନ୍ମସ୍ଥାନ ହେବାର ଦାବି କରୁଥିବା ଛାତ୍ରଙ୍କ ନାମଲେଖା ରଦ୍ଦ ହୋଇଛି । କେରଳର ଜଣେ ୨୧ ବର୍ଷୀୟ ଛାତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କ ନାମଲେଖାକୁ ରଦ୍ଦ କରିଦିଆଯାଇଛି । ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ମେଡିକାଲ କାଉନସିଲିଂ କମିଟି ଜିଆଇପିଏମଇଆର ସଂସ୍ଥାନର ନିର୍ଦ୍ଦେଶକଙ୍କୁ ଅବଗତ କରାଇଦେଇଛି
ନିୟମ ଅନୁସାରେ ମେଡିକାଲ କଲେଜର ନାମଲେଖା ପାଇଁ ଆପଣ ଆବେଦନ ସମୟରେ ଜଣେ ଛାତ୍ର ଗୋଟିଏ ଶିକ୍ଷାବର୍ଷରେ ଗୋଟିଏରୁ ଅଧିକ ରାଜ୍ୟର ମୂଳନିବାସୀ ଭାବେ ଦର୍ଶାଇପାରିବେ ନାହିଁ । ଘଟଣାଟି କିଛି ଏଭଳି ଥିଲା ଯେ ଖାଲିଦ ନାମକ ଜଣେ ଛାତ୍ର ନିଟରେ ୯୯.୩୦ ପ୍ରତିଶତ ମାର୍କ ରଖିଥିଲେ । ଏହାପରେ ତାଙ୍କୁ ପୁଡୁଚେରୀର ଏହି ସଂସ୍ଥାନରେ ନାମଲେଖାର ସୁଯୋଗ ମିଳିଥିଲା । ତେବେ ଏହାକୁ ନେଇ ନାମଲେଖାପାଇଁ ଇଚ୍ଛୁକ ଥିବା ଆଉ ଜଣେ ଛାତ୍ର ସାମିନାଥନ ଏସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ଜାଣିବାକୁ ପାଇଥିଲେ ଯେ ଖାଲିଦ ପୁଡୁଚେରୀ ଏବଂ କେରଳର ମୂଳ ନିବାସୀ ଭାବେ ଦୁଇଟି ଜନ୍ମସ୍ଥାନର ଫାଇଦା ଉଠାଇ ନାମଲେଖାର ସୁଯୋଗ ପାଇଥିଲେ । ତେବେ ରାୟ ପ୍ରକାଶ କରାଯାଇ ଏହି ସିଟକୁ ସାମିନାଥନଙ୍କୁ ଦିଆଯାଇଛି ।

Leave a Reply

Your email address will not be published. Required fields are marked *