ମନୀଷ ସିସୋଦିଆଙ୍କୁ ୭ ଦିନ ରିମାଣ୍ଡରେ ନେଲା ଇଡି

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଇଡି । କିନ୍ତୁ କୋର୍ଟ ସପ୍ତାହ ପାଇଁ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

ଗୁରୁବାର ମନିଷଙ୍କୁ ଗିରଫ କରିବା ପରେ ଶୁକ୍ରବାର ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି । ହେଲେ ଏହାକୁ ବିରୋଧ କରିଥିଲେ ସିସୋଦିଆଙ୍କ ଓକିଲ ଦୟାନ କ୍ରିଷ୍ଣା । ସିବିଆଇ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ଆର୍ଥିକ କାରବାର ନେଇ କୌଣସି ପ୍ରମାଣ ନାହିଁ । ତେଣୁ ଇଡି ଏହି ମାମଲା ତଦନ୍ତ କରିପାରିବ ନାହିଁ ବୋଲି ସିସୋଦିଆଙ୍କ ଓକିଲ କୋର୍ଟକୁ କହିଥିଲେ । ହେଲେ ଏହି ମାମଲାରେ ସିସୋଦିଆଙ୍କ ସିଧାସଳଖ ସମ୍ପୃକ୍ତି ଥିବା କୋର୍ଟକୁ କହିଥିଲା ଇଡି । ମାର୍ଚ୍ଚ ୬ ତାରିଖ ସିବିଆଇ ଦ୍ୱାରା ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି ସିସୋଦିଆ ।

You May Also Like

More From Author

+ There are no comments

Add yours