ପକ୍ଷୀଙ୍କୁ ଖାଇବା ଦେବାକୁ ନେଇ କ’ଣ କହୁଛି ଶାସ୍ତ୍ର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଗତି କାରଣରୁ ମଣିଷ ଜୀବନ ରେ ଉନ୍ନତି, ଅବନତି ଓ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ମାନ୍ୟତା ରହିଛି ଯେ ନିଜର ଦୁର୍ଭାଗ୍ୟ କୁ ଦୂର କରିବା ପାଇଁ ଶାସ୍ତ୍ର ର ବର୍ଣ୍ଣନା ଅନୁସାରେ ଆମେ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଆବଶ୍ୟକ । କୁହାଯାଏ ଯେ ପୃଥିବୀ ରେ ହେବାକୁ ଥିବା ସାମାନ୍ୟ ବିଘ୍ନ ମଧ୍ୟ ଚଢ଼େଇ ମାନେ ଅନୁଭବ କରି ପାରନ୍ତି ।

ସେଥି ପାଇଁ ଆମେ ନିଜର ଖରାପ୍ ସମୟ କୁ ଦୁର କରିବା ପାଇଁ ଚଢ଼େଇ ଙ୍କୁ ଖାଇବାକୁ ଦେଇଥାଉ ।

:-ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ନବଗ୍ରହ ଙ୍କ ଦୁଷ୍ପ୍ରଭାବରୁ ରକ୍ଷା ପାଇବା ପାଇଁ ପକ୍ଷୀ ଙ୍କୁ ଖାଦ୍ୟ ଦେବା ଆବଶ୍ୟକ ।

:- ପକ୍ଷୀ ମାନଙ୍କର ଅନେକ ପ୍ରଜାତି ଥାଆନ୍ତି ଯିଏ କି ସୂର୍ଯ୍ୟ,ଚନ୍ଦ୍ର , ମଙ୍ଗଳ , ବୁଧ , ଶୁକ୍ର , ଶନି , ରାହୁ କେତୁଙ୍କ ପ୍ରତିନିଧିତ୍ଵ କରି ଥାଆନ୍ତି ।

:- ଯେଉଁ ଲୋକଙ୍କୁ ଜୀବନ ରେ ବାରମ୍ବାର ଅସଫଳ ହେବାକୁ ପଡୁଛି ସେମାନେ ନିଜ ଜୀବନ ରେ ଗ୍ରହ ଙ୍କ ଖରାପ୍ ପ୍ରଭାବକୁ ଦୂର କରିବା ପାଇଁ ପକ୍ଷୀ ମାନଙ୍କୁ ଦାନା ଦେବା ଜରୁରୀ ।

:- ଘରେ ଯଦି କେହି ରୋଗରେ ପଡି ଶଯ୍ୟା ସାୟୀ ଅଛନ୍ତି ତେବେ ନିୟମିତ ପକ୍ଷୀଙ୍କୁ ଦାନା ଦେବା ଜରୁରୀ ନଚେତ୍ ସକାଳୁ କାଉ କୁ ରୁଟି ଦେବା ଆବଶ୍ୟକ ।

:- ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ରେ ବାଧା ଉପୁଜୁ ଥିଲେ ପ୍ରତିଦିନ ପାରା ଙ୍କୁ ସୋରିଷ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ ।

You May Also Like

More From Author

+ There are no comments

Add yours