Wed. Oct 14th, 2026

ଯଦି ଆପଣ ଏସି ବ୍ୟବହାର କରୁଛନ୍ତି, ହୋଇଯାଆନ୍ତୁ ସାବଧାନ। ଘର ହେଉ ଅବା ବାହାର। ଆଧୁନିକ ଯୁଗରେ ଏସି ଏକ ଆବଶ୍ୟକୀୟ ଉପକରଣ ପାଲଟିଗଲାଣି। ଏସି ବନ୍ଦ ହୋଇଗଲେ ଭାରି ଅସ୍ତବ୍ୟସ୍ତ ଲାଗେ। କିନ୍ତୁ ଆପଣ ଜାଣନ୍ତି କି ଏସିରେ ଅଧିକ ସମୟ ବିତାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।ଏସିରେ ଦୀର୍ଘ ସମୟ ରହିବା ସଂକ୍ରମଣ, ଆଲର୍ଜି ଭଳି ସମସ୍ୟା ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା ଏହାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ.

ଡ୍ରାଏ ହୋଇଯାଏ ଆଖି :-
ଏସିରେ ଦୀର୍ଘ ସମୟ ରହିଲେ ଆଖିକୁ କ୍ଷତି ସହିବାକୁ ପଡ଼ିବାରେ । ଏସିରେ ଥିବାରୁ ଆଖି ଶୁଷ୍କ ହୋଇପାରେ । ଯଦି ତୁମର ଆଖି ଡ୍ରାଏ ଅଛି, ତା’ହେଲେ ଏଥିରେ ଆହୁରୀ ଜ୍ୱଳନ ଅନୁଭବ ହୋଇଥାଏ । ତେଣୁ ଯେଉଁମାନଙ୍କର ଆଖି ଡ୍ରାଏ ଅଛି, ସେମାନେ ଏସିରେ ଅଧିକ ସମୟ ବିତାଇବା ଉଚିତ୍ ନୁହେଁ ।

ଡ୍ରାଏ ସ୍କିନ୍:-
ଡ୍ରାଏ ଆଖି ବ୍ୟତୀତ ଏସିରେ ଅଧିକ ସମୟ ବିତାଇବା ଦ୍ୱାରା ଡ୍ରାଏ ସ୍କିନର ସମସ୍ୟା ମଧ୍ୟ ହୋଇପାରେ । ଏହା ଏକ ସାଧାରଣ ସମସ୍ୟା । କିନ୍ତୁ ଏସିରେ ରହିବା ଯୋଗୁୁଁ ଯେତେବେଳେ ଚର୍ମ ଅଧିକ ଶୁଷ୍କ ହୋଇଯାଏ, ସେତେବେଳେ କୁଣ୍ଡେଇ ହୋଇଥାଏ । ଏହା ଯୋଗୁଁ ଚର୍ମରେ ଧଳା ଦାଗ ଏବଂ କୁଣ୍ଡେଇ ହେବାର ସମସ୍ୟା ଦେଖାଦେଇଥାଏ ।

ଡିହାଇଡ୍ରେସନ୍ :-
ଏସିରେ ଦୀର୍ଘ ସମୟ ରହିବା ଯୋଗୁଁ ଆପଣଙ୍କୁ ଗରମରୁ ଆରାମ ମିଳିଥାଏ । କିନ୍ତୁ ଏହା ଯୋଗୁଁ ଡିହାଇଡ୍ରେସନର ସମସ୍ୟା ହୋଇପାରେ । ସାଧାରଣ ରୁମ୍ ଅପେକ୍ଷା ଏସି ରୁମରେ ଡିହାଇଡ୍ରେସନର ସମସ୍ୟା ଅଧିକ ରହିଥାଏ । ତେବେ ଏସି ରୁମରେ ଥିବା ଆର୍ଦ୍ରତାକୁ ଶୋଷଣ କରିଥାଏ, ଯେଉଁଥିରେ ଆପଣଙ୍କୁ ଡିହାଇଡ୍ରେସନ୍ ହୋଇପାରେ ।

ଶ୍ୱାସ ରୋଗ :-
ଏହା ବ୍ୟତୀତ ଏସିରେ ଅଧିକ ସମୟ ବିତାଇବା ଦ୍ୱାରା ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏସିରେ ରହିବା ଡ୍ରାଏ ଥ୍ରୋଟ, ରାଇନାଇଟିସ୍ ଏବଂ ନାକ ଅବରୋଧ ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ମୁଣ୍ଡବିନ୍ଧା :-
ଏସି ଯୋଗୁଁ ଡିହାଇଡ୍ରେସନ୍ ସହିତ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ଭଳି ସମସ୍ୟା ମଧ୍ୟ ହୋଇପାରେ । ଡିହାଇଡ୍ରେସନ୍ ହେଉଛି ଏକ ଟ୍ରିଗର ଯାହା ମାଇଗ୍ରେନ୍ କ୍ଷେତ୍ରରେ ପ୍ରାୟତଃ ଅଣଦେଖା କରାଯାଏ । ଯେତେବେଳେ ଆପଣ ବାହ୍ୟ ଉତ୍ତାପରୁ ଏସି ରୁମରେ ପାଦ ଦିଅନ୍ତି କିମ୍ବା ଏସି ରୁମରୁ ବାହାରକୁ ଯାଆନ୍ତି, ତେବେ ଆପଣଙ୍କୁ ଏହି ସମସ୍ୟା ହୋଇପାରେ ।

One thought on “ଏସି ବ୍ୟବହାର କରିଥିଲେ ହୋଇଯାଆନ୍ତୁ ସାବଧାନ”
  1. ଖୁବ ସୁଂଦର ପ୍ରୟାସ । ଆଶାକରୁଛି ଆଗକୁ ଏହା ଆହୁରି ସମୃଦ୍ଧ ହେବ।

Leave a Reply

Your email address will not be published. Required fields are marked *