ନିବେଦିତା ଲେଙ୍କାଙ୍କୁ ସମ୍ମାନଜନକ ବେସାନ୍ତ ସେଲ୍ଫଲେସ ସର୍ଭିସ ସମ୍ମାନ

ଭୁବନେଶ୍ୱର ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି, ଅଡିଟୋରିଅମ ହଲରେ ଦ ଥିଓସଫିକାଲ ଅର୍ଡର ଅଫ ସର୍ଭିସ( The Theosophical order of Service) ଭୁବନେଶ୍ୱର ଶାଖା ତରଫରୁ ନବମ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ଥିମ ଥିଲା ବିଶ୍ୱ ଶାନ୍ତି ହିଁ ସୌହାର୍ଦ୍ଦ୍ୟର ସୁତ୍ର । ସମ୍ମିଳନୀରେ TOS ର ସଭାପତି ଡଃ ଦୀପା ପାଢ଼ୀ ସଭା ପରିଚାଳନା କରିଥିଲେ। ଡଃ ହରେକୃଷ୍ଣ ଶତପଥୀ,ଭିସି,କିସ୍ ବିଶ୍ୱବିଦ୍ୟାଳୟ, ମୁଖ୍ୟ ଅତିଥି ଭାବେ କେ ଶିବପ୍ରସାଦ (TOS, National Director) ମୁଖ୍ୟ ବକ୍ତା, ଡଃ ଅନ୍ନପୁର୍ଣା ପାଣ୍ଡେ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରକୃତି ସହିତ ଐକ୍ୟ, ଏକତା ଓ ଶାନ୍ତି ସ୍ଥାପନ ପାଇଁ ବିଶ୍ଵ ଭାତୃତ୍ବ ହିଁ ଏହାର ଚାବି ବୋଲି ସମ୍ମିଳନୀରେ ସମସ୍ତେ ମତ ପ୍ରକାଶ କରିଥିଲେ। ବିଶିଷ୍ଟ ସମାଜସେବୀ ତଥା ଯଶୋଦା ମାଆ ଫାଉଣ୍ଡେସନ ର ପ୍ରତିଷ୍ଠାତା ଶ୍ରୀମତୀ ନିବେଦିତା ଲେଙ୍କାଙ୍କୁ ସମ୍ମାନ ଜନକ ବେସାନ୍ତ ସେଲ୍ଫଲେସ ସର୍ଭିସ ସମ୍ମାନ ” Besant selfless service Award 2022″ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।

୩୧ ଜଣ ଝିଅଙ୍କୁ ୫୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ଯଶୋଦା ମାଆ ଫାଉଣ୍ଡେସନର ୩ ଜଣ ଝିଅଙ୍କୁ ବିଭିନ୍ନ ବିଭାଗରେ ଟପ ରାଙ୍କ ରଖିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମତୀ ଲେଙ୍କା ତାଙ୍କ ମତାମତରେ କହିଥିଲେ ଯେ ଏ ସମ୍ମାନ ତାଙ୍କ ପାଇଁ ଏକ ପ୍ରେରଣା ଓ ଆଗାମୀ ଦିନରେ ତାଙ୍କୁ ଅନେକ ମହତ କାର୍ଯ୍ୟ କରିବାକୁ ନିଶ୍ଚିତ ଉତ୍ସାହିତ କରିବ । ସମାଜରେ କୋଣ ଅନୁକୋଣରେ କେହି ଯେପରି ଅର୍ଥ ଅଭାବରୁ ଶିକ୍ଷା ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଦୃଢୋକ୍ତି ଉପସ୍ଥାପନ କରିଥିଲେ । ଶେଷରେ ପୁଣି କହିଥିଲେ ଯେ ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର,ଶିକ୍ଷାର ବିକାଶ ରାଜ୍ୟର ବିକାଶ, ରାଜ୍ୟ ବିକାଶ ଦେଶର ବିକାଶ । ଶେଷରେ ଏ ସମ୍ମାନକୁ ସେ ପିଲାମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ

You May Also Like

More From Author

+ There are no comments

Add yours