ବିଭିନ୍ନ ଯୋଜନା ପରେ ଏବେ ଓଡ଼ିଶାକୁ ଦାଦନ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୳ ସରକାର। ଓଡିଶାକୁ ଦାଦନ ମୁକ୍ତ କରିବା ଉଦ୍ଦେଶ୳ରେ ମନରେଗା ଯୋଜନାକୁ ଦିଆଯାଉଛି ଗୁରୁତ୍ବ । ମନରେଗା ଯୋଜନା ଜରିଆରେ ଲେକମାନଙ୍କୁ ଅତିରିକ୍ତ କାର୍ଯ୍ୟ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୪ଟି ଜିଲ୍ଲାରେ ୨୦୦ ଦିନ କାର୍ଯ୍ୟ ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମଧ୍ୟ ସ୍ବୀକୃତି ଦେଇଛି । ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୨୦ଟି ଦାଦନ ପ୍ରବଣ ବ୍ଲକରେ ଦାଦନ ରୋକିବା ନିମନ୍ତେ ଏକ ନୂତନ ରାଜ୍ୟ କ୍ଷେତ୍ର ଯୋଜନା “ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତା”କୁ ଅନୁମୋଦନ କରିଛନ୍ତି ।
ମନରେଗା ଅଧୀନରେ ଅଣକୁଶଳୀ ଶ୍ରମିକଙ୍କୁ ଦୈନିକ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ହାର, ପୂର୍ବରୁ କାମ କରୁଥିବା ଶ୍ରମିକମାନଙ୍କ ସହିତ ସମାନ ହେବ। ଏହାର ଅର୍ଥ ମନରେଗା ଅଧୀନରେ ପ୍ରଦାନ କରାଯାଉଥିବା ବିଜ୍ଞାପିତ ମଜୁରି ହାର ଉପରେ ଅତିରିକ୍ତ ମଜୁରି ପ୍ରଦାନ କରାଯିବ । ରାଜ୍ୟ ସରକାର ସେହି ଅତିରିକ୍ତ ମଜୁରି ବ୍ୟୟକୁ “ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତା” ଅଧୀନରେ ବହନ କରିବେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଅଧିନିୟମ ୨୦୦୫ରେ ସୁନିଶ୍ଚିତ କରାଯାଇଥିବା ସର୍ବନିମ୍ନ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ସହ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଯୋଗାଇ ଦେବେ । ମନରେଗା ଅଧୀନରେ ସୁନିଶ୍ଚିତ କରାଯାଇଥିବା ୧୦୦ ଦିନର କାର୍ଯ୍ୟ ବାଦ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବ। ଏଥି ପାଇଁ ପ୍ରତ୍ୟେକ ବ୍ୟକ୍ତି ପିଛା ଦୈନିକ ହିସାବରେ ହେଉଥିବା ମଜୁରି ବାବଦକୁ ସଂପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଅଣକୁଶଳୀ ମଜୁରି ହାରରେ ନୂତନ ରାଜ୍ୟ କ୍ଷେତ୍ର ଯୋଜନା ଅଧୀନରେ ବହନ କରାଯିବ ।

