ବିଏମସିର ନୂଆ ନିୟମ; ସୁନ୍ଦର ସ୍ମାର୍ଟସିଟିରେ ପୋଷ୍ଟରକୁ ନା

ସ୍ମାର୍ଟସିଟି ଭୁବନେଶ୍ବର କୁ ସ୍ବଚ୍ଛ ଓ ସୁନ୍ଦର ଗଢିବା ପାଇଁ ନୂଆ ନୂଆ ଯୋଜନା ହେଉଛି। ବର୍ତ୍ତମାନ ରାସ୍ତା କଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ମହଙ୍ଗା ପଡ଼ିବ। ପୋଷ୍ଟର ମୁକ୍ତ ସ୍ମାର୍ଟସିଟି ଗଢିବାରେ ଲାଗିପଡ଼ିଛି ବିଏମସି। ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ନୂଆ ଲକ୍ଷ୳ ନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ ଅବଗତ କରିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ।

ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟରକୁ ସଫେଇ କର୍ମଚାରୀଙ୍କ ଜରିଆରେ ହଟାଯାଉଛି । ତେବେ ଆଗକୁ ଯଦି ରାସ୍ତାକଡ଼ କାନ୍ଥରେ ପୋଷ୍ଟର ମାରିଲେ ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଛି। ବିଏମସିର ଏହି ପୋଷ୍ଟର ମୁକ୍ତ ରାଜଧାନୀ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

You May Also Like

More From Author

+ There are no comments

Add yours