କରୋନାର ଚିକିତ୍ସାରେ ଲାଭଦାୟକ ହେଉଛି ଅଣ୍ଡା

କରୋନା ମହାମାରୀର ଶୀକାର ହୋଇଥିବା ଲୋକଙ୍କ ପାଇଁ ଲାଭଦାୟକ ସାବ୳ସ୍ତ ହୋଇଛି କୁକୁଡ଼ା ଅଣ୍ଡା । ଅଣ୍ଡାରୁ ସଂଗୃହିତ ଆଣ୍ଟିବଡି ଦ୍ବାରା କୋରୋନା ରୋଗର ଚିକିତ୍ସା କରାଯାଇପାରିବ। ଏନେଇ ଦାବି କରିଛନ୍ତି ଆମେରିକୀୟ ବୈଜ୍ଞାନିକ। ଏଗୁଡିକ ପ୍ରତିଷେଧକ ଭାବରେ ବ୍ୟବହାର କରାଯାଇପାରିବ ବୋଲି ସେମାନେ କହିଛନ୍ତି । କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ଆବିଷ୍କାର କରିଥିବା କହିଛନ୍ତି ।

ବୈଜ୍ଞାନିକଙ୍କ କହିବା ମୁତାବକ, କୁକୁଡାକୁ ପ୍ରଥମେ କୋରୋନା ଟିକା ଦିଆଯାଏ । ଏହାପରେ ସେମାନଙ୍କ ରକ୍ତ ନମୁନା ଓ ଅଣ୍ଡାରୁ ଆଣ୍ଟିବଡ଼ିର ସ୍ତର ପରୀକ୍ଷା କରାଯାଏ। କୋରୋନା ବିରୋଧରେ ଆଣ୍ଟିବଡି ସେହି କୁକୁଡାଙ୍କ ମଧ୍ୟରେ ଦେଖାଯାଇଥାଏ । ଏଗୁଡ଼ିକ କୋରୋନା ମହାମାରୀ ବିରୋଧରେ ଲଢେଇ କରିପାରିବାକୁ ସକ୍ଷମ ବୋଲି ପ୍ରମାଣିତ ହୋଇଛି ।

ସ୍ପଷ୍ଟ ଭାବେ କହିବାକୁ ଗଲେ ମଣିଷ କୋଷ ମଧ୍ୟରେ ପ୍ରବେଶ କରିବା ପାଇଁ କୋରୋନା ଭୂତାଣୁ ଏହାର ସ୍ପାଇକ ପ୍ରୋଟିନକୁ କୋଷ ମଧ୍ୟକୁ ଛାଡ଼ିଥାଏ । ଏଗୁଡ଼ିକ କୋଷ ମଧ୍ୟରେ ପ୍ରବେଶ କରିବା ପରେ କୋରୋନା ସଂକ୍ରମଣ କରିଥାଏ । ଏହି ପ୍ରୋଟିନକୁ ସଂକ୍ରମଣରୁ ରୋକିବା ପାଇଁ କୁକୁଡା ଅଣ୍ଡାରୁ ତିଆରି ଆଣ୍ଟିବଡ଼ି ଫଳପ୍ରଦ ବୋଲି ଜଣାପଡ଼ିଛି । ଗୋଟିଏ ପ୍ରକାର ଆଇଜିୱାଇ ଆଣ୍ଟିବଡ଼ି ପକ୍ଷୀଙ୍କ ଶରୀରରୁ ସଂଗ୍ରହ କରାଯାଉଛି । ଏହାପରେ ଆଇଜିଜି ଆଣ୍ଟିବଡ଼ିକୁ ମନୁଷ୍ୟ ଶରୀରକୁ ଛଡ଼ାଯାଉଛି । ଏଗୁଡ଼ିକ ଶରୀର ମଧ୍ୟରେ ପ୍ରବେଶ କରିବା ଦ୍ବାରା କୌଣସି ପ୍ରକାର ଆଲର୍ଜି କିମ୍ବା ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉନାହିଁ । ଫଳରେ ଏଗୁଡିକ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

You May Also Like

More From Author

+ There are no comments

Add yours