ନିୟମିତ ତମ୍ବା ପାତ୍ରରେ ପାଣି ପିଅନ୍ତୁ

ସାଧାରଣ ଭାବେ ଆମେ ସମସ୍ତେ ଷ୍ଟିଲ, କାଚ ତଥା ପ୍ଲାଷ୍ଟିକ ଗ୍ଲାସରେ ପାଣି ପିଇଥାଉ। କିନ୍ତୁ କଣ ଆପଣ ଜାଣନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ। ଅନେକ ଥର ଶୁଣିବାକୁ ମିଳେ ଯେ ତମ୍ବା ତଥା କପର ଗ୍ଲାସରେ ପାଣି ପିଇଲେ ଏହା ଆମ ଶରୀର ପାଇଁ ଭଲ ହୋଇଥାଏ। କିନ୍ତୁ ଆମେ ତାହାର ଫାଇଦା ସମ୍ପର୍କରେ ଜାଣିନଥାଉ। ଭାରତୀୟ ପରମ୍ପରା ଅନୁସାରେ ତମ୍ବା ପାତ୍ରରେ ପାଣି ପିଆଯାଇଥାଏ । ଯାହାର ବହୁତ ଉପକାରୀ ଗୁଣ ରହିଛି। ବର୍ତ୍ତମାନ ଏହି କଥାର ସତ୍ୟତା ଥିବା ମେଡିକାଲ ରିପୋର୍ଟରୁ ପ୍ରକାଶ ପାଇଛି ।

ଏକ ତମ୍ବା ପାତ୍ରରେ ରାତିରେ ପାଣି ରଖି ସେହି ପାଣିକୁ ସକାଳେ ପିଇବା ଏକ ଭଲ ଅଭ୍ୟାସ। ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଆମ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାସହ ଆୟୁର୍ବେଦ ମଧ୍ୟ କହେ କି ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ବହୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ତେବେ ସାଇଣ୍ଟିଫିକ ଦୃଷ୍ଟିରୁ ଏହି ପାଣିକୁ ପିଇବା ଦ୍ୱାରା ବ୍ୟାକ୍ଟେରିଆ ଓ ଦୂଷିତ ପଦାର୍ଥକୁ ମରିବାର କ୍ଷମତା ରଖଥାଏ। ଏହି ପାଣିରେ ତମ୍ବାର ତତ୍ତ୍ୱ ମିଶିଯାଏ। ଯାହା ଆମ ଶରୀରରେ ଥିବା ହାନିକାରକ ପଦାର୍ଥକୁ ନଷ୍ଟ କରିଦିଏ। ଯାହା ଆମକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏବେ ଜାଣନ୍ତୁ ଏହି ପାତ୍ରରେ ପାଣି ପିଇବା ଦ୍ୱାରା କେଉଁ ଫାଇଦା ମିଳେ।


-ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଏସିଡିଟି କିମ୍ବା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବାସହ ହଜମ ପ୍ରକ୍ରିୟାରେ ସୁଧାର ଆସିଥାଏ ।

-ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଶରୀରରେ କୋଲଷ୍ଟୋଲ ପରିମାଣ କମ୍ ହେବାସହ ହାର୍ଟ ମଜବୁତ୍ ହୋଇଥାଏ ।

-ତମ୍ବା ପାତ୍ରରେ ଅତି କମରେ ୮ ଘଣ୍ଟା ପର୍ଯ୍ଯନ୍ତ ପାଣି ରଖି ସେହି ପାଣିକୁ ପିଇବା ଦ୍ବାରା ଏନିମିୟା ତଥା ରକ୍ତ ହିନତା ରୋଗକୁ ମୁକ୍ତି ମିଳିଥାଏ । ଏହି ପାଣିରେ ଭରପୁର ଥିବା କପର ଆପଣଙ୍କ ଶରୀରରେ ଥିବା ରକ୍ତ ହିନତାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।


-ଏହି ପାତ୍ରରେ ରଖାଯାଇଥିବା ପାଣି ରେ ପର୍ଯ୍ଯାପ୍ତ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ୍ ରହିଥାଏ, ଯାହା ବୟସ ଛାପକୁ ଲୁଚାଇବା ସହ କ୍ୟାନସର ଭଳି ଗମ୍ଭୀର ରୋଗରୁ ଲଢିବା ପାଇଁ ସହାୟକ ହୋଇଥାଏ ।

-କପର ମିଶା ପାଣି ପିଇବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ।

-ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଫଳରେ ଓଜନ କମ୍ ହୋଇଥାଏ । ଏହାସହ ଶରୀରକୁ ବହୁ ପ୍ରକାରର ପ୍ରତିକାର ମିଳିଥାଏ ।

You May Also Like

More From Author

+ There are no comments

Add yours