ମାନସିକ ଅସ୍ଥିରତାର ମୂଳ କାରଣ ?

ମଣିଷର ମାନସିକ ଅବସ୍ଥା ଠିକ ଥିଲେ ତା ଶାରୀରିକ ଅସନ୍ତୁଳତା ମଧ୍ୟ ଶୀଘ୍ର ଭଲ ହେଇଯାଏ। ମନର ଅସୁସ୍ଥତା ମାନସିକ ଚାପ ଆଣିଦିଏ। ଯାହାର କୁପ୍ରଭାବ ଶରୀର ଉପରେ ପଡିଥାଏ ଓ ଏହି ଚିନ୍ତା ଅନେକ ରୋଗର ମୂଳ କାରଣ ସାଜିଥାଏ। ତେବେ ଆମ ଶରୀରରେ ଏପରି କିଛି ହରମୋନ ଅଛି ଯାହା ଚିନ୍ତାକୁ ଅଧିକ ବଢାଇଦେଇଥାଏ ।

ନଜର ପକାନ୍ତୁ ଏହି ଚିନ୍ତା ପଛରେ କଣ ରହିଛି ପ୍ରକୃତ କାରଣ।

ଚିନ୍ତାର ୭ଟି କାରଣ:

୧- ଖାଦ୍ୟନଳୀରେ ସଂକ୍ରମଣ: ଯଦି ଆପଣ ଚିନ୍ତା କିମ୍ବା ଅନ୍ୟ କୌଣସି ମାନସିକ ଦୁଃଚିନ୍ତାରେ ଅଛନ୍ତି ତେବେ ଏହାର କାରଣ ଆପଣଙ୍କ ଖାଦ୍ୟନଳୀରେ ଲୁଚି ରହିଥାଏ । ତେବେ କ୍ୟାଣ୍ଡିଡା, ଏସବିଓ ଫୁଡ ସେନସିଟିଭିଟିଜ ଆଦି କାରଣ ମନର ତିନ୍ତାକୁ ବଢାଇବାରେ ସହାୟକ ହୋଇଥାଏ ।

୨- ଥାଇରଏଡ୍ ଡିସଇନଫେକସନ୍ : ଥାଇରଏଡ୍ ଡିସଇନଫେକସନ୍ ଚିନ୍ତା, ପ୍ୟାନିକ୍ ଆଟାକ୍, ଉଦାସୀନତା ଓ ନକରାତ୍ମକ ବିଚାରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ।

୩- (କିଡନୀ) ବୃକକର କ୍ଳାନ୍ତି: ଆପଣଙ୍କ ଚିନ୍ତାକୁ ନିୟନ୍ତ୍ରଣ କରିବାରେ ବୃକକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ବୃକକର କ୍ଳାନ୍ତି ଆପଣଙ୍କ ଟ୍ରେସ୍ ହରମୋନକୁ ଉତ୍ପାଦନ କରିବାରେ ସାହାଯ୍ୟ କରେ । ଯାହାଫଳରେ ଆପଣ ସାମାନ୍ୟ କଥାରେ ମଧ୍ୟ ଅଧିକ ଚିନ୍ତିତ ହୋଇଯାଆନ୍ତି ।

୪- ଏଷ୍ଟ୍ରୋଜେନ୍ ଡୋମିନାସ୍: ଯେତେବେଳେ ଏଷ୍ଟ୍ରୋଜେନକୁ ସନ୍ତୁଳନ କରିବା ପାଇଁ ଆପଣଙ୍କ ପାଖରେ ପ୍ରର୍ଯ୍ୟାପ୍ତ ପରିମାଣରେ ପ୍ରୋଜେଷ୍ଟେରୋନ ନଥାଏ , ତେବେ ଆପଣଙ୍କ ଭାବନାକୁ ଆପଣ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଯାହାଫଳରେ ଆପଣଙ୍କର ମନରେ ଚିନ୍ତାଭାବ ବଢିଥାଏ ।

୫- ଅଟୋଇମ୍ୟୁନ୍ ଡିସଅର୍ଡର: ଅଟୋଇମ୍ୟୁନିଟି ହେଉଛି ଏକ ମାନସିକ ସମସ୍ୟା । ଏହି ରୋଗ ଆମର ମସ୍ତିଷ୍କ ଏବଂ ସ୍ନାୟୁ ଟିସୁକୁ ନଷ୍ଟ କରିଥାଏ । ଫଳରେ ମୁଡ୍ ଇନବାଲାନ୍ସ ବା ମନୋବଳ ଅସନ୍ତୁଳନ ହୋଇଥାଏ ।

୬- ହୃଦ୍ ରୋଗ: ଯେଉଁମାନଙ୍କର ହୃଦରୋଗ ସମସ୍ୟା ଅଛି ସେମାନଙ୍କ ମନରେ ଚିନ୍ତା ଅଧିକ ରହିଥାଏ । ଯାହାଫଳରେ ହୃଦଘାତ ପରି ଲକ୍ଷଣ ଦେଖାଦେଇଥାଏ ।

୭- ଟକ୍ସିକ୍ ମୋଲ୍ଡ ପଏଜିନିଙ୍ଗ: ମୋଲ୍ଡ ଟକ୍ସିସିଟି କାରଣରୁ ମାନସିକ ଚିନ୍ତା ହୋଇଥାଏ । ଯେଉଁଥିରେ ଚିନ୍ତା ,ଉଦାସିନତା, ନିଦ୍ରା ଅଭାବ ଏଦି ଅନେକ ସମସ୍ୟା ଦେଖା ଦେଇଥାଏ । ଏପରି ପରିସ୍ଥିତିରେ ଅନେକ ଲୋକଙ୍କୁ ଜଣା ନଥାଏ କି ସେମାନଙ୍କର ଏପରି ସମସ୍ୟା ଅଛି ।

You May Also Like

More From Author

+ There are no comments

Add yours