Thu. Oct 15th, 2026

ଜଳ ନୁହେଁ ଜହର ପିଉଛନ୍ତି ଦେଶବାସୀ । ଏକଥା ସ୍ୱୀକାର କରିଛନ୍ତି ଖୋଦ୍ ସରକାର । ରାଜ୍ୟସଭାର ପ୍ରଶ୍ନୋତ୍ତର ସମୟରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ରିପୋର୍ଟ ମୁତାବକ, ୨୫ ରାଜ୍ୟର ୨୦୯ ଜିଲ୍ଲାରେ ଜଳ ଜହର ପାଲଟିଛି । କାରଣ ଭୂତଳ ଜଳ ପରୀକ୍ଷଣରୁ ଯାହା ଜଣାପଡିଛି , ଭୂତଳ ଜଳରୁ ମିଳୁଥିବା ଜଳରେ ଆର୍ସେନିକ୍ ,ଆଇରନ୍, ସୀସା, ୟୁରେନିୟମ୍, କ୍ରୋମିୟମ, କୈଡମିୟମ, ପରି ଧାତବ ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ପରିମାଣରେ ରହିଥିବାରୁ ପାନୀୟ ଜଳ ଜହର ହୋଇସାରିଛି ।

ଜୀବନ ଧାରଣ ପାଇଁ ଜଳ ନିତାନ୍ତ ଜରୁରୀ । କାରଣ ମନୁଷ୍ୟ ଶରୀରରେ ୬୬% ଜଳୀୟ ଅଂଶ ରହିଛି । ଏଥିରୁ ଆମ ମସ୍ତିଷ୍କରେ ୭୫%, ଅସ୍ଥିରେ ୨୫%, ଓ ରକ୍ତରେ ୮୩% ଜଳୀୟ ଅଂଶ ରହିଛି । ଜଣେ ବ୍ୟକ୍ତି ବିନା ଖାଦ୍ୟରେ ମାସକରୁ ଅଧିକ ସମୟ ବଞ୍ଚିଯାଇପାରେ । କିନ୍ତୁ ବିନା ପାଣିରେ ସପ୍ତାହରୁ ଅଧିକ ସମୟ ତିଷ୍ଠିବା କଷ୍ଟକର । ପୁରା ଜୀବନ କାଳରେ ପାଖାପାଖି ୭୫ ହଜାର ଲିଟରରୁ ଅଧିକ ପାଣି ପିଇଥାଏ । ସୁସ୍ଥ ରହିବାକୁ ହେଲେ ଦିନକୁ ଅନ୍ତତଃ ୨ ଲିଟର ପାଣି ପିଇବା ନିହାତି ଜରୁରୀ । କିନ୍ତୁ ସତରେ କ’ଣ ଆଜିକା ଦିନକରେ ପାଣି ପିଇଲେ ଜଣେ ସୁସ୍ଥ ରହିପାରିବ? ସରକାରଙ୍କ ରିପୋର୍ଟ ଅନୁସାରେ ଏହାର ଉତ୍ତର ହେଉଛି ନା।

୨୫ ରାଜ୍ୟର ୨୦୯ ଜିଲ୍ଲାରେ ଭୂତଳ ଜଳରେ ଆର୍ସେନିକର ମାତ୍ରା ଲିଟର ପିଛା ପାଣିରେ ୦.୦୧ ମିଲିଗ୍ରାମରୁ ଅଧିକ ରହିଛି
୨୯ ରାଜ୍ୟର ୪୯୧ ଜିଲ୍ଲାରେ ଭୂତଳ ଜଳରେ(ଲିଟର ପିଛା) ଆଇରନର ମାତ୍ରା ୧ ମିଲିଗ୍ରାମରୁ ଅଧିକ ।


୨୧ ରାଜ୍ୟର ୧୭୬ ଜିଲ୍ଲାରେ ଭୂତଳ ଜଳରେ ରହିଛି ସୀସା
୧୧ ରାଜ୍ୟର ୨୯ ଜିଲ୍ଲାର ଭୂତଳ ଜଳରେ କୈଡମିୟମର ମାତ୍ରା ୦.୦୦୩ ମିଲିଗ୍ରାମରୁ ଅଧିକ ରହିଛି ।


୧୬ ରାଜ୍ୟର ୬୨ ଜିଲ୍ଲାରେ ଗ୍ରାଉଣ୍ଡ ୱାଟରରେ କୋମିୟମର ମାତ୍ରା ୦.୦୫ ମିଲିଗ୍ରାମରୁ ଅଧିକ

୧୮ ରାଜ୍ୟର ୧୫୨ ଜିଲ୍ଲାର ଭୂତଳ ଜଳରେ ୟୁରେନିୟମର ମାତ୍ରା ୦.୦୩ ମିଲିଗ୍ରାମରୁ ଅଧିକ

ଜଳ ଶକ୍ତି ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶର ୮୦% ରୁ ଅଧିକ ଲୋକଙ୍କୁ ପାନୀୟ ଜଳ ଭୂତଳ ଜଳରୁ ହିଁ ମିଳିଥାଏ । ଏହାର ଅର୍ଥ ଦେଶର ୮୦% ପ୍ରତିଶତରୁ ଅଧିକ ଲୋକେ ଜଳ ବଦଳରେ ଜହର ପିଇ ରୋଗକୁ ବରଣ କରୁଛନ୍ତି । ପାଣିରେ ଏସବୁ ଧାତବର ମାତ୍ରା ରହିବା ଅର୍ଥ ଜଳ ବିଷାକ୍ତ ହେବା ଏବଂ ଏହାକୁ ପିଇଲେ ଶରୀରରେ ଚର୍ମ ରୋଗଠାରୁ ଆରମ୍ଭ କରି ଅନ୍ତଃନଳି ପରି ଅନେକ ସମସ୍ୟା ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।ତେବେ ପାଣିର ବିଷୟ ପ୍ରତି ରାଜ୍ୟର ନିଜସ୍ୱ ବିଷୟ । ତେଣୁ ନିଜ ରାଜ୍ୟବାସୀଙ୍କୁ ଶୁଦ୍ଧ ପାଣି ଯୋଗାଇବା ପ୍ରତି ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କେନ୍ଦ୍ର ସରକାର କହିଛନ୍ତି ।

Leave a Reply

Your email address will not be published. Required fields are marked *