Wed. Oct 14th, 2026

ଚନ୍ଦାହାଣ୍ଡି – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନକଲି ଡାକ୍ତରଙ୍କ ରୋଗୀ ଚିକିତ୍ସା ରୋକିବା ପାଇଁ ଚନ୍ଦାହାଣ୍ଡି ଶାଖାର ରେଜିଷ୍ଟ୍ରେଡ ଫାର୍ମାସିଷ୍ଟ ସଂଘ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ପଦକ୍ଷେପ ନେବାକୁ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦୀ କୁମାର ଶତପଥୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏ ବାବଦରେ ସେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ସଙ୍ଘକୁ ପ୍ରତିଶ୍ରୁତି ଦେଇଥିଲେ l ଏ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନ ରେ ସଂଘ ଥାନା ଆଗରେ ଧାରଣା ରେ ବସିବା ସହ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଆପଣାଇବ ବୋଲି ସଂଘର ସଦସ୍ୟ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଛି ।
ରେଜିଷ୍ଟ୍ରେଡ଼ ଫାର୍ମାସିଷ୍ଟ ସଂଘ ସଦସ୍ୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଚନ୍ଦାହାଣ୍ଡି ବ୍ଲକରେ ଗ୍ରାମାଞ୍ଚଳ ଓ ଜଙ୍ଗଲ ଉପାନ୍ତ ଅଞ୍ଚଳରେ ଲୋକଙ୍କ ସରଳତାର ସୁଯୋଗ ନେଇ ନକଲି ଡାକ୍ତର ମାନେ ବିଭିନ୍ନ ଲୋକାଲ ମେଡ଼ିସିନ ଏବଂ ସାଲାଇନ ବୋତଲ ନେଇ, ଘର ଘର ବୁଲି ରୋଗୀ ଚିକିତ୍ସା କରୁଛନ୍ତି । ଏମାନଙ୍କ ପ୍ରତି ପ୍ରଶାସନ ର କୌଣସି ନିଘା ନାହିଁ l ଏହି ନକଲି ଡାକ୍ତର ମାନଙ୍କ ପାଖରେ କୌଣସି ଫାର୍ମାସିଷ୍ଟ କିମ୍ବା ଡାକ୍ତରୀ ପ୍ରମାଣ ପତ୍ର ନାହିଁ l ସାଧାରଣ ଥଣ୍ଡା ଜ୍ୱର ଟିଏ ହେଲେ ଅଧିକା ପଇସା ପାଇବା ଆଶାରେ ରୋଗୀଙ୍କୁ ଟ୍ରାକ୍ସଲ, ଇମାଲ ପରି ଉଚ୍ଚ ଇଞ୍ଜେକ୍ସନ ଦେଉଥିବା ଅଭିଯୋଗ ହେଉଛି, ଯାହା ଫଳରେ ରୋଗୀ ବିଶେଷ ହଇରାଣ ହେବା ଦେଖା ଯାଉଛି । ଚିକିତ୍ସା ପଦ୍ଧତିରେ ବିଭିନ୍ନ ପରୀକ୍ଷା କରିବା ପରେ ରୋଗ ର ଚିକିତ୍ସା କରାଯାଉଥିବା ବେଳେ,ରୋଗୀଙ୍କୁ ସୁସ୍ଥ କରିବାକୁ ମୋଟା ଅଙ୍କରେ ଟଙ୍କା ନେଉଥିବା ସଂଘ ଅଭିଯୋଗ କରିଛି l ନକଲି ଡାକ୍ତର ତାଲିକାରେ ରହିଛନ୍ତି ପଶ୍ଚିମବଙ୍ଗ ରୁ ଆସି ରହୁଥିବା କିଛି ବଙ୍ଗୀୟ ନକଲି ଡାକ୍ତର l ଏମାନେ ଖୋଲା ଖୋଲି ଭାବରେ ଗାଁ ଗାଁ ବୁଲି ରୋଗୀ ଚିକିତ୍ସା କରୁଥିବା ବେଲେ ମୁଖ୍ୟ ରାସ୍ତା ମାନଙ୍କରେ କ୍ଲିନିକ ଖୋଲି ରୋଗୀ ଚିକିତ୍ସା କରୁଛନ୍ତି l ଏହା ବ୍ୟତୀତ ସ୍ଥାନୀୟ କିଛି ଯୁବକ, ରାଜନୈତିକ କର୍ମୀ, ଆଶା କର୍ମୀ, ଏ ଏନ ଏମ ଅଙ୍ଗନୱାଡି କର୍ମୀଙ୍କ ସ୍ୱାମୀ ରହିଛନ୍ତି l ଏମାନଙ୍କ ଦ୍ୱାରା ରୋଗୀ ଚିକିତ୍ସିତ ହେଲେ ଆଗାମୀ ଦିନ ରେ ରୋଗୀ ମୃତ୍ୟୁ ମୁଖରେ ପଡିବା ସହ ଭୁଲ ଔଷଧ ଯୋଗୁଁ ଲିଭର, କିଡ଼ନୀ ରୋଗ ରେ ମୃତ୍ୟୁ ସଂଖ୍ୟା ବଢ଼ି ପାରେ ବୋଲି ସଂଘ ତା, ଏତଲା ରେ ଉଲ୍ଲେଖ କରିଛି l ବର୍ତ୍ତମାନ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥାଇରଏଡ, କ୍ୟୁ ବି ସି ଏକ୍ସରେ, ଇସିଜି ପରୀକ୍ଷା ରୋଗୀ ଙ୍କୁ ମାଗଣାରେ କରାଯିବ l ଏଥିପାଇଁ କୌଣସି ନକଲି ଡାକ୍ତର କଥାରେ ନ ପଡି ସିଧା ସଳଖ ଡାକ୍ତରଖାନା ଆସିବାକୁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦୀପ କୁମାର ଶତପଥି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଏତଲା ଦେବା ସମୟ ରେ କ୍ଷୀରସିନ୍ଧୁ ନାଗେଶ, ବିକାଶ ଦାସ, ସରୋଜ କୁମାର ନାୟକ, ଅଜୟ କୁମାର ସାହୁ, ଚନ୍ଦନ ଖମାରୀ, ହିମାଂଶୁ ଶେଖର ଗୋପାଳ, ମୁରଲୀ ମନୋହର ନାୟକ, ଥବିର କୁମାର ସାହୁ ପ୍ରମୁଖ ସଂଘ ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

Leave a Reply

Your email address will not be published. Required fields are marked *