Wed. Oct 14th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବହୁ ଗୁରୁତ୍ବପୁର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଦେଶର ୧୦୦ଟି ସହରରେ ଗଡିବ ଇ-ବସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଇଏମ ଏହି ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ଅଧୀନରେ ଦେଶରେ ୧୦ ହଜାର ବିଦ୍ୟୁତ ଚାଳିତ ବସ୍‌ ଲଞ୍ଚ କରାଯିବ।କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ୫୭,୬୧୩ କୋଟି ଟଙ୍କା ମଧ୍ୟରୁ ୨୦,୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। ବାକି ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଏହି ଯୋଜନାରେ ୩ ଲକ୍ଷ ଏବଂ ତଦୁର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ। ଏହି ଯୋଜନା ଅଧୀନରେ ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲରେ ୧୦୦୦୦ ଇ-ବସ୍ ସହିତ ସିଟି ବସ୍ ଚଳାଯିବଅନ୍ୟପଟେ କେନ୍ଦ୍ର କ୍ୟାବିନେଟ୍‌ ଆଜି ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରି ପ୍ରଦାନ କରାଯାଇଛି। କେନ୍ଦ୍ରର ଏହି ନୂଆ ଯୋଜନାରେ କୌଳିକ ବୃତ୍ତି କରୁଥିବା ଲୋକେ ଉପକୃତ ହେବେ । ଏହା ଦ୍ୱାରା ହିତାଧିକାରୀଙ୍କୁ ୧ଲକ୍ଷ ଯାଏଁ ଋଣ ମିଳିବାର ଯୋଜନା ରହିଛି । ବିଶେଷ କରି ସୁନାରୀ, ବୁଣାକାର, ରାଜମିସ୍ତ୍ରୀ, ବାରିକ ଏବଂ ଅନ୍ୟ କୁଶଳୀ କାରିଗରଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା । ଏହା ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଯୋଜନା ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ।ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ ଆରମ୍ଭ ହେବ। ଏହି ଯୋଜନା ପାଇଁ ୧୩ ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି।ଆଜି କେନ୍ଦ୍ର କ୍ୟାବିନେଟରେ ଏହି ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରି ପ୍ରଦାନ କରାଯିବା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ୩୦ ଲକ୍ଷ କୌଳିକ ବୃତ୍ତିଧାରୀ ଓ ସେମାନଙ୍କ ପରିବାରକୁ ଫାଇଦା ଦେବ। ଏହି ଯୋଜନା ଅଧୀନରେ ୫ ବର୍ଷ ପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରଥମ ଦଫାରେ ୧୮ଟି କୌଳିକ ବୃତ୍ତିଧାରୀ ଏହି ଯୋଜନାରେ ଲାଭବାନ ହେବେ। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର, ପରିଚୟପତ୍ର, ପ୍ରଥମ ଦଫାରେ ୧ ଲକ୍ଷ ଟଙ୍କା ଓ ଦ୍ୱିତୀୟ ଦଫାରେ ୨ ଲକ୍ଷ ଟଙ୍କାର ଋଣ ଦିଆଯିବ।ଏଥିପାଇଁ ମାତ୍ର ୫% ସୁଧ ଦେବାକୁ ହେବ। ଏହି ଯୋଜନାରେ ଦକ୍ଷତାର ବିକାଶ, ଟୁଲକିଟ ଇନସେନଟିଭ, ଡିଜିଟାଲ ନେଣଦେଣ ପାଇଁ ଇନସେନଟିଭ ଓ ମାର୍କେଟିଂ ସହାୟତା ମଧ୍ୟ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *