Wed. Oct 14th, 2026

ଭୁବନେଶ୍ୱର (ଶବ୍ଦ ମିଡିଆ ବ୍ୟୁରୋ ): ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅଭିଲକ୍ଷ୍ୟ ଲିଖି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥା (ଆଇସିଏଆର୍‌-ସିଫା), କୌଶଲ୍ୟାଗଂଗକୁ ଗତ ୧୬ ତାରିଖ ଦିନ ପରିଦର୍ଶନରେ ଆସିଥିଲେ। ଏହି ଗସ୍ତ ବେଳେ ଜଳକୃଷି କ୍ଷେତ୍ରର ହିତାଧିକାରୀ ମାନଙ୍କ ସହ ଏକ ବୈଠକ କରିଥିଲେ । ସିଫାର ନିର୍ଦ୍ଦେଶକ ଡଃ ପି.କେ. ସାହୁ ସିଫାର ପ୍ରଯୁକ୍ତି ଉନ୍ନୟନ ଓ ବାଣିଜ୍ୟକରଣ ସମ୍ବନ୍ଧରେ ଆଲୋକପାତ କରି ପ୍ରୟୋଗ ବିଜ୍ଞାନର କ୍ଷେତ୍ର ପ୍ରଦର୍ଶନ କରି ସିଫା ସଫଳତା ହାସଲ କରିଛି ବୋଲି କହିଥିଲେ ।କୌଶଲ୍ୟାଗଂଗସ୍ଥିତ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ବରିଷ୍ଠ କାର୍ଯ୍ୟନିର୍ବାହୀ ଡଃ ଏମ୍‌. କେ. ସିହ୍ନା ଏନ୍‌ଏଫ୍‌ଡି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅବତାରଣା କରିଥିଲେ । ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଶ୍ରୀ ସାଦିକ ଆଲମ ଓଡିଶାରେ ମତ୍ସ୍ୟଚାଷ ଓ ଜଳକୃଷିର ସ୍ଥିତି ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଡଃ ଲିଖି ମାଛଖାଦ୍ୟ ଉତ୍ପାଦକ, ସାମୁଦ୍ରିକ ଖାଦ୍ୟ ରପ୍ତାନୀ କେନ୍ଦ୍ର, ଉଚ୍ଚମାନର ବହୁଗୁଣିତ ଏକକ/ୟୁନିଟ,ବାୟୋଫ୍ଲକ ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ କ୍ଲବ୍‌ର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି ଅବସରରେ
ଉପସ୍ଥିତ ହିତାଧିକାରୀ ଅଂଶୀଦାରମାନେ ସିଫାଠାରୁ ପାଇଥିବା ସାହାଯ୍ୟ ଓ ସହଯୋଗ ସମ୍ବନ୍ଧରେ ଅବତାରଣା କରିଥିଲେ । ଡଃ ଲିଖି ତାଙ୍କ ଅଭିଭାଷଣରେ ଜାତୀୟ ସ୍ତରରେ ରଂଗୀନ ମାଛ ଚାଷ ଓ ମୁକ୍ତାଚାଷ ଉପରେ ହିତାଧିକାରୀ ପରାମର୍ଶ ସଭା, ମହିଳା ହିତାଧିକାରୀଙ୍କୁ କୁଶଳୀ କରିବା, ବାୟୋଫ୍ଲକ୍ ଓ
ଆକ୍ୱାପନିକ୍ସ ପ୍ରଯୁକ୍ତି, ଆଇ.ଓ.ଟି. ଓ ଏ.ଜେ. ଆଧାରିତ ଜଳକୃଷିକୁ ପରିବର୍ଦ୍ଧିତ କରିବାକୁ କହିଥିଲେ । ପରେ ପରେ ଡଃ ଲିଖି ସିଫାର କ୍ଷେତ୍ର ପରିଦର୍ଶନ କରିବା ସହ କ୍ୟାଟ୍‌ଫିସ୍ ଚାଷ ନିମନ୍ତେ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀ ମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଫାର ପ୍ରଧାନ ବୈଜ୍ଞାନିକ ତଥା ଫିସ୍‌ଜେନେଟିକ୍ସ ଏଣ୍ଡ୍ ବାୟୋଟେକ୍ନୋଲୋଜି ବିଭାଗ ମୁଖ୍ୟ ଡଃ ଜେ. କେ. ସୁନ୍ଦରାୟ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *