Wed. Oct 14th, 2026

ଓଡ଼ିଆ କଳା, ସାହିତ୍ୟ ସଂସ୍କୃତି ତଥା ଓଡ଼ିଶୀ ସଙ୍ଗୀତକୁ ନେଇ ଆମେ ଗର୍ବ କରୁ। ଦେଶ ବିଦେଶରେ ଛାତିକୁ ଚଉଡ଼ା କରି କହୁ ଆମ ଓଡ଼ିଆ ବୋଲି । ହେଲେ ବାସ୍ତବରେ ଓଡ଼ିଶୀ ସଙ୍ଗୀତକୁ କେତେ ଗୁରୁତ୍ୱ ଦିଆଯାଉଛି ତାହା ବର୍ତ୍ତମାନର ଏକ ବଡ଼ ପ୍ରଶ୍ନ । ଆନ୍ତର୍ଜାତୀୟ ସଙ୍ଗୀତ ଦିବସରେ ଆମ ଲୋକନୃତ୍ୟକୁ ନେଇ ଉଠୁଛି ପ୍ରଶ୍ନ । କାରଣ ଦିନକୁ ଦିନ କମି ଯାଉଛି ପରିବେଷଣର ସଂଖ୍ୟା ।

ପୂର୍ବରୁ ଓଡ଼ିଶୀ ସଙ୍ଗୀତକୁ ରାଜ୍ୟସ୍ତରରେ ମାନ୍ୟତା ଦିଆଯାଇଥିଲା। ମାତ୍ର ଏବେ ତାହାକୁ ଶାସ୍ତ୍ରୀୟ ଲେଖିବା ବା କହିବାକୁ ଲୋକେ ନାରାଜ‌।  ଦିନକୁ ଦିନ ଆମରି ଲେକଙ୍କ ଦ୍ବାରା ଆମରି ସଙ୍ଗୀତର ତଣ୍ଟି ଚିପି ହତ୍ୟା କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ କଥା ଉଠୁଛି‌। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ହେଉ ଅବା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ସାଙ୍ଗୀତିକ ଧାରାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଏ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇ ସାରିଲେଣି। ଏହି ପରିସ୍ଥିତିରେ ନିଜ ରାଜ୍ୟରେ ତଥା ଦେଶ ବିଦେଶରେ ଓଡ଼ିଶୀ ସଙ୍ଗୀତକୁ ପରିବେଷଣ କରି ଏହାକୁ ଆମେ ଅଧିକ ଲୋକଲୋଚନକୁ ଆଣିପାରନ୍ତେ। ଓଡ଼ିଶୀ ସଙ୍ଗୀତ ଉପରେ ଅଧିକ ଗବେଷଣା କରି ଏହାର ପ୍ରାଚୀନତା ଓ ଶାସ୍ତ୍ରୀୟତା ପ୍ରାମାଣିତ କରିପାରନ୍ତେ‌। ଓଲଟା ରାଜ୍ୟ ସରକାର ଓଡ଼ିଶାରେ ହିଁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ଓ ପରିବେଷଣର ଭିତ୍ତିଭୂମିକୁ ଦୁର୍ବଳ କରିଦେଉଛନ୍ତି। ଯେତେବେଳେ ବି କେଉଠିଁ ନାଟକ ବା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି, କାଁ ଭାଁ କ୍ବଚିତ୍ ଓଡ଼ିଶୀ ସଙ୍ଗୀତ ଉତ୍ସବର ଆୟୋଜନ କରାଯାଉଛି ।

ଏଠାରେ ଶାସ୍ତ୍ରୀୟ ମାନ୍ୟତା ଦାବିରେ ସୀମିତ ରହିଯାଉଛି ସରକାରଙ୍କ ଦାୟିତ୍ବ। ସଙ୍ଗୀତ ପରିବେଷଣ ପାଇଁ ଆବଶ୍ୟକ ହେଉଛି ଅଧିକ ମଞ୍ଚ। କେବଳ ଏତିକି ନୁହେଁ, ମଞ୍ଚରେ ରେକର୍ଡିଂ ବଜାଇ ନୃତ୍ୟ ପରିବେଷଣକୁ ନାପସନ୍ଦ କରୁଛନ୍ତି କଳାକାର। ରାଜ୍ୟ ସରକାର ଆକାଶବାଣୀ ଓ ଦୂରଦର୍ଶନକୁ ଏନେଇ ଚିଠି ଲେଖିବାକୁ ଏବେ ଦାବି ଉଠୁଛି।

Leave a Reply

Your email address will not be published. Required fields are marked *