ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଅକୁହା କଥା

କଡ଼ାକଡ଼ି ହେବ ରାଷ୍ଟ୍ରପତି ଲଢେଇ। ଜୋରଦାର ହେବ ଯଶୱନ୍ତ-ଦ୍ରୌପଦୀ ଟକ୍କର। କିଏ ହେବ ଆଗାମୀ ରାଷ୍ଟ୍ରପତି? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ସମ ନେଇ ଏବେ ରାଜନୈତିକ ମହଲରେ ଜେରଦାର ଚାଲିଛି ଗଣିତ କଷା। ବିରୋଧୀ ଯଶଓ୍ୱନ୍ତ ସିଂହ୍ନାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛି। ବିଜେପି ସଭାପତି ଜେପି ନଡ୍ଡା ପ୍ରେସମିଟି କରି ଦ୍ରୌପଦୀଙ୍କ ନାଁ ଘୋଷଣା କରିଥିଲେ।

ନଡ୍ଡା କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନରେ ସହମତି ଭିତିରେ ଜଣଙ୍କୁ ପ୍ରାର୍ଥୀ କରିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ବିରୋଧୀ ପ୍ରାର୍ଥୀ ଘୋଷଣା କରିଥିବାରୁ ଏନଡିଏ ମଧ୍ୟ ଏବେ ନିଜର ପ୍ରାର୍ଥୀ ଘୋଷଣା କରିଛି । ତେଣୁ ମୋଟ୍ ୨୦ ଜଣ ପ୍ରାର୍ଥୀଙ୍କ ନାଁ ବାବଦରେ ବିଜେପିର ସଂସଦୀୟ ବୋର୍ଡରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହି ସମୟରେ ଏଥର ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଥିଲା। ତେଣୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଛି।

ଏହି ନିର୍ବାଚନରେ ଉଭୟ ସାଂସଦ ଏବଂ ବିଧାୟକଙ୍କର ଭୋଟ୍ ଆବଶ୍ୟକତା ରହିଛି। ତେଣୁ କିଏ ସଂଖ୍ୟା ଖେଳରେ ଆଗରେ ଏବଂ ପଛରେ ରହିଛି । ତେଣୁ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଏହି ନିର୍ବାଚନରେ ମୋଟ୍ ଭୋଟ୍ ୧୦, ୩୬, ୪୩୧ ରହିଛି। ବିଜୟୀ ହେବାକୁ ହେଲେ ୫,୪୩, ୨୧୬ ଭୋଟ୍ ଆବଶ୍ୟକ । ଏନଡିଏ ପ୍ରାର୍ଥୀଙ୍କ ପାଖରେ ରହିଛି ୫, ୨୫, ୭୦୬ ଭୋଟ୍ । ଅର୍ଥାତ୍ ବିଜୟୀ ହେବାକୁ ଏନଡିଏ ପ୍ରାର୍ଥୀଙ୍କୁ ଆବଶ୍ୟକ ରହିଛି ପାଖାପାଖି ୧୮ ହଜାର ଭୋଟ୍ । ବିଜେଡି ପାଖରେ ୩୧ ହଜାର ୬୮୬ ଭୋଟ୍ ରହିଥିବା ବେଳେ ଓ୍ୱାଇଏସଆର କଂଗ୍ରେସ ପାଖରେ ରହିଛି ୪୩, ୪୫୦ ଭୋଟ୍ । ଅର୍ଥାତ୍ ନବୀନଙ୍କ ବିଜେଡି ଯଦି ରାଜ୍ୟର ଝିଅକୁ ସମର୍ଥନ କରିବ ତାହେଲେ ଏନଡିଏ ପ୍ରାର୍ଥୀ ବିଜୟୀ ହେବା ସୁନିଶ୍ଚିତ।

ଶିକ୍ଷକତାରୁ ରାଜନୀତି

ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଯେପରି ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ଶିକ୍ଷକତା କରୁଥିଲେ ସମାନ କଥା ଦ୍ରୌପଦୀଙ୍କ କ୍ଷେତ୍ରରେ ରହିଛି। ରାଜନୀତିକୁ ଆସିବା ପୂର୍ବରୁ ସେ ପ୍ରଥମେ ଶିକ୍ଷୟତ୍ରୀ ଥିଲେ। ଏହାପରେ ସେ ବିଜେପିର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ପରେ ବିଧାୟକ, ମନ୍ତ୍ରୀ ହୋଇ ରାଜ୍ୟପାଳ ଭଳି ପଦରେ ବସିଥିଲେ।

ରାଇଗଙ୍ଗପୁରରୁ ରାଇସିନା

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଜନ୍ମଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ରାଇସିନାରେ ପହଞ୍ଚିଛନ୍ତି। ସେ  ଓଡ଼ିଶାର ଭୁବନେଶ୍ୱରର ରମା ଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ଶ୍ରୀ ଅରୋବିନ୍ଦ ଇଣ୍ଟିଗ୍ରାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିବା ପରେ ଓଡିଶା ସରକାରଙ୍କ ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବେ କାମ କରୁଥିଲେ। ଏହାପରେ ସେ ୧୯୯୭ରେ ବିଜେପିରେ ଯୋଗ ଦେଇଥିଲେ। ଏବେ ସେ ଯଦି ନିର୍ବାଚିତ ହୁଅନ୍ତି, ତେବେ ସ୍ୱାଧୀନତା ପରେ ଶ୍ରୀମତୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ।

You May Also Like

More From Author

+ There are no comments

Add yours