ବଢିବ ଏସିର ଦାମ

ଜୁଲାଇରୁ ବଦଳିବ ଏସିର ଏନର୍ଜି ରେଟିଂ। ଏସି ପାଇଁ ଦିଆଯାଉଥିବା ଷ୍ଟାର ରେଟିଂ ଆଉ ଗୋଟିଏ ସ୍ତରକୁ ବୃଦ୍ଧି ପାଇବ। ଫଳରେ ଯେଉଁମାନେ ନିକଟରେ ୫-ଷ୍ଟାର ରେଟିଂର ଏସି କିଣିଛନ୍ତି ସେସବୁକୁ ୪-ଷ୍ଟାର ବୋଲି ବିଚାର କରାଯିବ। ପ୍ରତିଟି ରେଟିଂ ଗୋଟିଏ ପାହାଚ ତଳକୁ ଖସିବ। ଉଚ୍ଚମାନର ରେଟିଂ ଥିବା ଏସି ତିଆରି କରିବା ପାଇଁ କମ୍ପାନୀଗୁଡି଼କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଫଳରେ ଖର୍ଚ୍ଚ ବାହାର କରିବା ପାଇଁ କମ୍ପାନୀଗୁଡି଼କ ଏସି ଦାମରେ ୭-୧୦% ପର୍ଯ୳ନ୍ତ ବୃଦ୍ଧି କରିବାର ଆଶା କରାଯାଉଛି ।

ପରିବର୍ତ୍ତିତ ଗାଇଡଲାଇନ ପାଇଁ ୪-ଷ୍ଟାର ଓ ୫-ଷ୍ଟାର ଫ୍ରିଜ ମଧ୍ୟ ତିଆରି କରିବା କଷ୍ଟକର ହୋଇପଡିବ। ନୂଆ ଏନର୍ଜି ରେଟିଂ ନିୟମ ଯୋଗୁଁ ଏସିର ଶକ୍ତି ମିତବ୳ୟିତା ୨୦% ବଢିବ। ଫଳରେ ତାହା ପୂର୍ବାପେକ୍ଷା  କମ୍ ବିଦୁ୳ତ ଆବଶ୳କ କରିବ। ପୂରୁଣା ଷ୍ଟକ ଶେଷ କରିବା ପାଇଁ ୬ ମାସ ସମୟ ଦିଆଯାଇଛି । ଚଳିତ ବର୍ଷ ଜୁଲାଇ ପରେ ୨୦୨୫ରେ ଏସିର ଏନର୍ଜି ରେଟିଂ ପୁଣି ଥରେ ବଦଳିବ। ନୂଆ ଏନର୍ଜି ରେଟିଂ ନିୟମ ଯୋଗୁଁ ଏସି ପିଛା ଉତ୍ପାଦନ ଖର୍ଚ୍ଚ ୨୦୦୦-୨୫୦୦ ଟଙ୍କା ପର୍ଯ୳ନ୍ତ ବଢିବ।

You May Also Like

More From Author

+ There are no comments

Add yours