Wed. Oct 14th, 2026

କୋଟି ଓଡ଼ିଆର ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ନିଳାଦ୍ରୀ କନ୍ଦରରେ ବିଜେ ସ୍ଵୟଂ ଦାରୁମୁରାରୀ। ମହାପ୍ରଭୁଙ୍କ ପାଇଁ ପ୍ରତିଟି ଯାତ୍ରା ସ୍ଵତନ୍ତ୍ର ଏବଂ ସାରସ୍ଵତ ମଧ୍ୟ। ତେବେ ପୂର୍ବରୁ ଆମେ ମହାପ୍ରଭୁଙ୍କ ଅନନ୍ୟ ଯାତ୍ରା ରଥଯାତ୍ରା ସଂପର୍କରେ ତ ଆଲୋଚନା କରିଥିଲେ ଆଉ ମଧ୍ୟ ଆଲୋଚନା କରିଥିଲେ କି କେଉଁଠୁ ରଥ ପାଇଁ କାଠ ଆସେ ତଥା କଣ କଣ କରାଯାଏ। ତେବେ ଆଜି ଜାଣିବା ମହାପ୍ରଭୁଙ୍କ ଏହି ତିନି ରଥ ନିର୍ମାଣରେ କେଉଁ କେଉଁ ଗଛର କାଠକୁ ବ୍ୟବହାର କରାଯାଏ।
ବିଶେଷ କରି ରଥ ତିନୋଟି ର ନିର୍ମାଣ ପାଇଁ ସାଧାରଣତଃ ୧୨ ପ୍ରକାର କାଠ ବ୍ୟବହାର ହୋଇଥାଏ। ଯଥା
୧.ଅଶନ
୨.ଧଉରା
୩.ଫାସି
୪. ଶିମିଳି
୫.ଗମ୍ଭାରୀ
୬.ମଇ
୭. କଦମ୍ବ
୮.କଂସା
୯.ପାଳଧୁଆ
୧୦.ଦେବଦାରୁ
୧୧.କାନ୍ଦଚୁଆ
୧୨. ମହାଲିମ୍ବ
ଏହି ବାର ପ୍ରକାର ଗଛର କାଠରେ ମହାପ୍ରଭୁଙ୍କ ତିନି ରଥକୁ ପ୍ରସ୍ତୁତ କରିଥାନ୍ତି ମହାରଣା ସେବାୟତ ମାନେ। ମୋଟ ୧୧୩୬ ଗୋଟା କାଠକୁ ଚିରା ଓ ସାଇଜ କରାଯାଇ ନିର୍ମାଣ କରାଯାଏ। ମହାପ୍ରଭୁଙ୍କ ରଥ ନନ୍ଦିଘୋଷ ପାଇଁ ୮୬୨ ଖଣ୍ଡ କାଠ ଲାଗିଥାଏ। ସେହିପରି ବଳଭଦ୍ରଙ୍କ ତାଳଧ୍ଵଜ ରଥପାଇଁ ୭୬୩ ଖଣ୍ଡ ଏବଂ ମା ସୁଭଦ୍ରାଙ୍କ ଦେବଦଳନ ରଥ ପାଇଁ ୫୯୩ ଖଣ୍ଡ କାଠ ଲାଗିଥାଏ।

Leave a Reply

Your email address will not be published. Required fields are marked *