Wed. Oct 14th, 2026

ରାୟଗଡ : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସମସ୍ତ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଉପଲକ୍ଷେ ୧୭ ଜାନୁଆରୀ ୨୦୨୪, ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟ ସମୟରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଆଧାରିତ ନାଟକ ପରିବେଷଣ ହେବ । ଏ ସମ୍ପର୍କରେ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରାୟଗଡ ରେ ସ୍ଥାନୀୟ ନାଟ୍ୟ ଅନୁଷ୍ଠାନ ରୟାଲ ଚାଳେଞ୍ଜର୍ସ କୋଲଚରାଲ ଆସୋସିଏସନ୍ ଦ୍ବାରା ମାଧବ ସନ୍ଧାନେ ନାଟକ ପରିବେଷିତ ହେବ । ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଓଡିଶା ର ଖ୍ୟାତନାମା ବରିଷ୍ଠ କଳାକାର ନାଟ୍ୟଶ୍ରୀ ଡ. ନରେନ୍ଦ୍ର କୁମାର ମିଶ୍ରଙ୍କ ଦ୍ବାରା ରଚିତ ଏବଂ ନିର୍ଦ୍ଦେଶିତ ମାଧବ ସନ୍ଧାନେ, ନବ ନାଟକ ର କଥା ବସ୍ତୁ ବିଶ୍ଵାବସୁ ଶବର ରାଜା ମାଧବ ଏବଂ ଶ୍ରୀ ଜଗନ୍ନାଥଙ୍କ ର କଥା ଉପରେ ଆଧାରିତ ନାଟକ ପରିବେଷିତ ହବ । ବିଦ୍ୟାପତି ଲଳିତା କୁ ସାଥ୍‌ରେ ନେଇ ଫେରିଲେ ରାଜା ଇନ୍ଦ୍ରଦ୍ୟୁମ୍ନ ସୈନ୍ୟ ସାମନ୍ତ ସହ ଶବର ରାଇଜ କୁ ଗଲେ ମାଧବ ଙ୍କୁ ରାଇଜ କୁ ଆଣିବା ପାଇଁ । ପୁରୁଷ ପୁରୁଷ ଧରି ସେ ମାଧବ ଙ୍କ ସେବା ରାଜା କରିଆସୁଥିବା ଶବର ରାଜ ଦେଖନ୍ତି, ନୀଳ କନ୍ଦର ରେ ନୀଳ ମାଧବ ନାହାନ୍ତି ଏଯାବତ୍ ସହ ସହ ବର୍ଷ ଧରି ମାଧବ ମାଧବ ଚିତ୍କାର କରି ବିଶ୍ଵାବସୁ ଖୋଜି ବୁଲୁଛନ୍ତି ମାଧବଙ୍କୁ । ପରିଣତିରେ ମାଧବ ବିଶ୍ବାବସୁଙ୍କ ନିକଟ କୁ ଆସନ୍ତି । ତାଙ୍କର ପହଣ୍ଡି ବିଜୟ କୁ ସ୍ଥଗିତ ରଖି । ଗଜପତି ଏବଂ ବାଡଗ୍ରାହୀ ଏପରି ଏକ ଭାବ ବେଗ ପୂର୍ଣ ଆଧ୍ୟାତ୍ମିକ ସଂଘର୍ଷ କୁ କେନ୍ଦ୍ର କରି ପ୍ରସ୍ତୁତ ହୋଇଥିବା ନାଟକ ର ମୁଖ୍ୟ ଚରିତ୍ର ଗୁଡିକରେ ଅଭିନୟ କରୁଛନ୍ତି ନରେନ୍ଦ୍ର ମିଶ୍ର, ମିହିର ମିଶ୍ର, ଦେବୀପ୍ରସାଦ ରାଜଗୁରୁ, ବିଶ୍ଵାବସୁ ରାଜଗୁରୁ, ରିତା, ଉମା ଆଦି । ପ୍ରଚ୍ଛଦ ପଟ ଶଦ୍ଦ ଧ୍ବନି ଏବଂ ସଙ୍ଗୀତ ପରିଚାଳନା ଇ. ବ୍ୟୋମକେଶ ମହାନ୍ତି ଓ ଲୋକନୃତ୍ୟ ରେ ଅଳଙ୍କରଣ କରୁଛନ୍ତି ପି ଡି ସି ଦଳ । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ର ଅଧ୍ୟକ୍ଷା ଜିଲ୍ଲାପାଳ ଶ୍ରୀମତୀ ସ୍ବାଧା ଦେବ ସିଂ ଙ୍କ ସ୍ଵକୀୟ ସହଯୋଗରେ ପରିବେଷିତ ହେବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତ କଳା ପ୍ରେମୀ ତଥା ଜଗନ୍ନାଥ ବିଶ୍ଵାସୀ ମାନେ ଉପସ୍ଥିତ ରହିବା ନିମନ୍ତେ ଅନୁଷ୍ଠାନ ର ସଭାପତି ଶ୍ରୀ ମିହିର ମିଶ୍ର ଏବଂ ପ୍ରସାଦ ରାଜଗୁରୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *