Wed. Oct 14th, 2026

ଭାରତ ବିକାଶ ପରିଷଦ ତରଫରୁ ସ୍ଵାମୀ ବିବେକାନନ୍ଦ ଙ୍କ ୧୬୧ ତମ ଜୟନ୍ତୀ ସମୁଦ୍ର କୁଳ ସ୍ଥିତ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପୁରୀରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୋଗ ଦେଇ ସ୍ୱାମୀଙ୍କ ଜୀବନାଦର୍ଶ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ଭଵତାରଣ ସାହୁ,ମୁନିସିପାଲଟି ଏକଜୁଟିଭି ଅଫିସର ସରୋଜ କୁମାର ସ୍ୱାଇଁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁ ସେଠି,ଭାରତ ବିକାଶ ପରିଷଦ ପୂର୍ଵକ୍ଷେତ୍ର ମହା ସଚିବ ପୁର୍ଣ ଚନ୍ଦ୍ର ଖୁଣ୍ଟିଆ ,ପ୍ରାନ୍ତ ସଂଗଠନ ସଚିବ ସୌମେନ୍ଦ୍ର ଦାସ ଯୋଗ ଦେଇ ସ୍ୱାମୀ ଜି ଙ୍କ ବିଶ୍ୱଭାତୃତ୍ୱ ଏବଂ ପ୍ରତେକ କ୍ଷେତ୍ରରେ ଭାରତ ର ପ୍ରଭୁତ୍ୱ ପ୍ରତିଷ୍ଠା ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଭାରତ ବିକାଶ ପରିଷଦ ସୃଜଗନ୍ନାଥଃଧାମ ଶାଖା ଅଧକ୍ଷ ପ୍ୟାରୀ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ସନ୍ତୋଷ କୁ ମହାନ୍ତି,ପତିତପାବନ ସାମନ୍ତରାୟ,ନିମେଇ ଚରଣ ସାହୂ,ପିତାମ୍ବର ମହାପାତ୍ର,ସୁପ୍ରିତି ରଥ,ଜୟନ୍ତୀ ମହାପାତ୍ର,ସସ୍ମିତା ବନ୍ଦର ନାୟକ,ବୁଧ ଦେବ ମହାପାତ୍ର,କିଶୋର ପାତ୍ର,ତାରା ପ୍ରସାଦ ଦାସ,ସିବାନନ୍ଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ସମୂହ ବନ୍ଦେ ମାତରଂ ଏବଂ ଶେଷ ରେ ରାଷ୍ଟ୍ର ସଙ୍ଗୀତ ଗାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *