Thu. Oct 15th, 2026

ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ବର ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓଡିଶା ସରକାରଙ୍କର ଦକ୍ଷତା ବିଜ୍ଞାନ ବିଭାଗ ସହାୟତା ରେ ଏକ ଦକ୍ଷତା ବିଜ୍ଞାନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ଓଡିଶା ର ସମସ୍ତ ଜିଲ୍ଲା ର ଲାବରୋଟିରି ଟେକ୍ନିସିଆନ ବା ଡାକ୍ତରଖାନା ରେ କାମ କରୁଥିବା ସହକର୍ମୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ର ଆଯୋଜନ କରଯାଇଥିଲା I ଏଥିରେ ୭୪ ଜଣ ଆବେଦନକାରୀ ଥିବା ସତ୍ଵେ ଚୟନ ମାଧ୍ୟମରେ ମାତ୍ର ୨୦ ଜଣଙ୍କୁ ଚୟନ କରଯାଇଥିଲା I ଏହି ୨୦ ଜଣ ମାନଙ୍କୁ ନେଇ ପାଖାପାଖି ଏକ ମାସ ର କାର୍ଯ୍ୟକ୍ରମ ଚାଲିଥିଲା I ଏଥିରେ ଅନଲାଇନ ମାଧ୍ୟମରେ Theory Class କରାଯାଉଥିଲା ବେଳେ Practical Class କରିବା ପାଇଁ ସେମାନଙ୍କୁ Laboratory କୁ ଆସିବାକୁ ପଡିଥିଲା I ଏହି କାର୍ଯ୍ୟକ୍ରମ ଟି ପ୍ରଧାନମନ୍ତ୍ରୀଙ୍କ ର Skill India program ଋ ଅନରଭୁକ ଯାହା ଆରମ୍ଭ ହୋଇଥିଲା ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ବର୍ଗ ର ଯୁବପିଢୀ ମାନଙ୍କୁ ନେଇ ବା ଯେଉଁମାନେ କର୍ମରତ ଅଛନ୍ତି ବା fresher’s ମାନଙ୍କୁ ନେଇ । ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା I ଏହି କାର୍ଯ୍ୟକ୍ରମରେ ସାଧରଣତଃ ପରୀକ୍ଷାଗାରର ଦକ୍ଷତା ବୃଦ୍ଧି କରିବା ପାଇଁ କାର୍ଯ୍ୟକ୍ରମର ଯୋଜନା କରାଯାଇଥିଲା। ସେଥିରେ ବିଭିନ୍ନ ପ୍ରକାର ଉନ୍ନତମାନର ରକ୍ତ ନମୁନା ପରୀକ୍ଷା ଯଥା ଡେଙ୍ଗୁ,ଚିକନ୍ ଗୁନୀୟ l, ମ୍ୟାଲେରିଆ ଫେଲେରିଆ ସିସ ଭଳି ବିଭିନ୍ନ ପ୍ରକାର ରୋଗର ସଂକ୍ରମଣ ର କାରଣ, ଲକ୍ଷଣ, ଉପଯୁକ୍ତ ଚିକିତ୍ସା ଓ ନିରାକରଣ ବିଷୟରେ ଧ୍ୟାନ ଦିଆଯାଇଥିଲା I ଅଂଶଗ୍ରହଣକାରୀ ମାନଙ୍କର ବ୍ୟାବହାରିକ ଉଦ୍ଦେଶ୍ୟ ନିମନ୍ତେ ସେମାନଙ୍କୁ Laboratory ରେ ପ୍ରତ୍ୟକ୍ଷ ଭାବରେ ତାଲିମ ପ୍ରଦାନ କରାଯାଇଥିଲା I ଏକ ମାସ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମ ର ପରିଶେଷରେ ମଇ 6 ତାରିଖରେ ଏକ ଉଦଯାପନ ଉତ୍ସବ ଆୟୋଜିତ କରଯାଇଥିଲା। ଏହି ଉତ୍ସବ ରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଓ ଡଃ: ପୁଷ୍ପଶ୍ରୀ ପୁହାଣ ଯୋଗ ଦେଇ ଅଂଶଗ୍ରହଣକାରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ I ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ବୈଜ୍ଞାନିକ ଡଃ ସଂଘମିତ୍ରା ପତିଙ୍କ ତତ୍ଵାବଦନା ରେ ଏହି କାର୍ଯ୍ୟକ୍ରମ କରଯାଇଥିଲା। ସେ ଏହି କାର୍ଯ୍ୟକ୍ରମ ସୁଦୂର ପ୍ରସାର ସୁଫଳ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବୈଜ୍ଞାନିକ ଡଃ ପ୍ରକାଶ କୁମାର ସାହୁ ଏହି ପାଠ୍ୟକ୍ରମ କୁ ସଂଯୋଜନା କରୁଥିବାବେଳେ ବୈଜ୍ଞାନିକ ଆନ୍ନା ସାଲୋମି କେରକେଟା ଓ ବୈଜ୍ଞାନିକ ଶ୍ରୀକାନ୍ତ କାନୁନଗୋ ସହଯୋଗିତା କରିଥିଲେ I

Leave a Reply

Your email address will not be published. Required fields are marked *