Wed. Oct 14th, 2026

ଥରିବ ଶତ୍ରୁର ଛାତି। ଅଦମ୍ୟ ସାହସର ସହ ଯୁଦ୍ଧକ୍ଷେତ୍ରରେ ଭାରତ ଦେଖାଇବ ତାର ପରାକାଷ୍ଠା। ଶତ୍ରୁ ଙ୍କୁ ମାତ୍ ଦେବା ଲାଗି ସେନାରେ ସାମିଲ ହେବ ଆକାଶ ପ୍ରାଇମ ମିସାଇଲ ସିଷ୍ଟମ। ଆଖି ପିଛୁଳକେ ଶତ୍ରୁଙ୍କ ଏୟାରକ୍ରାଫ୍ଟ ଓ ଡ୍ରୋନକୁ ଧ୍ୱଂସ କରିବ। ଆହୁରି ବଳଶାଳୀ ହେବ ଭାରତୀୟ ସେନା । ଖୁବଶୀଘ୍ର ସେନାରେ ସାମିଲ ହେବ ଆକାଶ ପ୍ରାଇମ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର ୨ଟି ନୂଆ ରେଜିମେଣ୍ଟ ।
ଆକାଶ ପ୍ରାଇମ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ , ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ହୋଇଛି ନିର୍ମିତ। ଉନ୍ନତ ଜ୍ଞାନ କୌଶଳ ଏବଂ ନୂଆ ଟେକ୍ନୋଲୋଜି ଦ୍ଵାରା ଏହି ମିଶାଇଲ ହୋଇଥିବା ବେଳେ ଶତ୍ରୁପକ୍ଷର ଏୟାରକ୍ରାପ୍ଟ ଓ ଡ୍ରୋନକୁ ଆକାଶରେ ହିଁ ଧ୍ୱଂସ କରିବାର ରହିଛି ଅଦମ୍ୟ ଦକ୍ଷତା। ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର ୨ଟି ନୂଆ ରେଜିମେଣ୍ଟ କିଣିବ ଭାରତୀୟ ସେନା । ଏହି ପ୍ରସ୍ତାବ ସରକାରଙ୍କ ଆଗରେ ଏକ ଉନ୍ନତ ପର୍ଯ୍ୟାୟରେ ରହିଥିବା ବେଳେ ସେନାରେ ସାମିଲ ହେବା ପରେ ଶତ୍ରୁର ଛାତି ଥରିବ ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ସେନାରେ ଥିବା ଆକାଶ ସିଷ୍ଟମ ଠାରୁ ଆକାଶ ପ୍ରାଇମ ଏୟାର ମିସାଇଲ ସିଷ୍ଟମ ଅଧିକ ଆକ୍ଟିଭ୍‌ ରେଡିଓ ଫ୍ରିକ୍ୟୁନ୍ସି (active Radio Frequency) ରହିଛି । ଏହା ପରିବେଶ ସହ କମ୍‌ ତାପମାତ୍ରାରେ ଉଚ୍ଚ ଅଲ୍ଟିଚ୍ଯୁଡରେ ନିର୍ଭର ଯୋଗ୍ୟ କାର୍ଯ୍ୟଦକ୍ଷତା ରଖୁଛି ବୋଲି ସେନା ପକ୍ଷରୁ କୁହାଯାଇଛି ।ଏଥିରେ ଆକାଶରେ ଥିବା ଗ୍ରାଉଣ୍ଡ ସିଷ୍ଟମକୁ ଆହୁରି ଅଧିକ ଉନ୍ନତି ପ୍ରଣାଳୀରେ ବିକଶିତ କରାଯାଇଛି । ଅନ୍ୟପଟେ ଆକାଶ ପ୍ରାଇମ ଏୟାର ମିସାଇଲ ସିଷ୍ଟମ ଭାରତୀୟ ସେନା ଏବଂ ବାୟୁସେନାରେ ସାମିଲ ହେବା ପରେ ଆହୁରି ଦକ୍ଷତା ବୃଦ୍ଧି ହେବା ସହ ବଢିବ ସେନାର ଶକ୍ତି। ଆକାଶରୁ ଶୁଭିବ ଆକାଶର ଗର୍ଜନ। କମ୍ପି ଉଠିବ ଶତ୍ରୁର ଛାତି। କାରଣ ଧିରେ ଧିରେ ବଳବାନ୍ ହେଉଛି ଭାରତ।

Leave a Reply

Your email address will not be published. Required fields are marked *