Wed. Oct 14th, 2026

ସବୁବେଳେ ମହାକାଶ ସମ୍ବନ୍ଧରେ କିଛି ନୂଆ କରିଦେଖାଇବାର ଅଦମ୍ୟ ଉତ୍କଣ୍ଠା ଥାଏ ଭାରତ ପାଖରେ। ସେ ମଙ୍ଗଳ ଗ୍ରହ ଉପରେ ସମୀକ୍ଷା ହେଉ ଅବା ଚନ୍ଦ୍ର ଉପରେ। ଏସବୁ ଗ୍ରହର ସ୍ଥିତି ପରଖିବା ପାଇଁ ଭାରତର ମହାକାଶ ଗବେଷଣାକାରୀ ସଂସ୍ଥା ଇସ୍ରୋ ସବୁବେଳେ ତତ୍ପରତାଦେଖାଇ ଆସିଛି। ଆଉ ଏବେ କିଛି ନୂଆ କରି ଦେଖାଇବାର ଚେଷ୍ଟାରେ ରହିଛି ଇସ୍ରୋ। ଚନ୍ଦ୍ର ଏବଂ ମଙ୍ଗଳ ମିଶନର ସଫଳତା ପରେ ଶୁକ୍ର ମିଶନ ପାଇଁ ଅଣ୍ଟା ଭିଡ଼ିଛି ଇସ୍ରୋ । ଶୁକ୍ର ଗ୍ରହର କକ୍ଷପଥକୁ ଅନ୍ତରୀକ୍ଷ ଯାନ ପଠାଇବାକୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଶୁକ୍ର ଗ୍ରହର ଜଳବାୟୁ ବିଷୟରେ ଟିକନିକ୍ ତଥ୍ୟ ଆଦାୟ କରିବା ଏହି ମିଶନର ଉଦ୍ଦେଶ୍ୟ । କାରଣ ସୌର ମଣ୍ଡଳର ସବୁଠୁ ଗରମ ରହୁଥିବା ଗ୍ରହ ଶୁକ୍ରର ଭୂପୃଷ୍ଠ ତଳେ କ’ଣ ରହିଛି ଏବଂ ଏହି ଗ୍ରହର ସଲଫ୍ୟୁରିକ ଏସିଡର ବାଦଲ ତଳର ରହସ୍ୟ କଣ ସେ ବିଷୟରେ ଜାଣିବା ପାଇଁ ଇସ୍ରୋ ଅଣ୍ଟା ଭିଡ଼ିଛି । ଭେନସ ବିଜ୍ଞାନ ଉପରେ ଦିନିକିଆ ବୈଠକକୁ ସମ୍ଵୋଧିତ କରି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, ଶୁକ୍ର ମିଶନ ଉପରେ କଳ୍ପନା କରାଯାଇଛି ।

ଏହା ଉପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଏବଂ କେତେ ଖର୍ଚ୍ଚ ହେବ ବଜେଟ୍ ଆକଳନ କରାଯାଇଛି । ଶୁକ୍ର ଉପରେ ମିଶନ ଏବଂ ଏହାକୁ ସ୍ଥାପିତ କରିବା ଭାରତ ପକ୍ଷେ ସମ୍ଭବ, କାରଣ ବର୍ତ୍ତମାନ ଭାରତ ନିକଟରେ ସେହି କ୍ଷମତା ରହିଛି । ୨୦୨୪ ଡିସେମ୍ବରରେ ଭାରତ ଏହି ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଛି । ସମୟ ପରିବର୍ତ୍ତନ ସହ ବଦଳୁଛି ଭାରତ। ନୂଆ ନୂଆ ଜ୍ଞାନ କୌଶଳରେ ବଳୀୟାନ ବି ହେଉଛି। ଆକାଶର ବୁକୁ ଚିରି ଲମ୍ଫ ମାରୁଛି ମହାକାଶରେ ଥିବା ସେହି ଅଭେଦ୍ୟ ଦୁନିଆକୁ।

Leave a Reply

Your email address will not be published. Required fields are marked *