Wed. Oct 14th, 2026

ଆପଣ କେବେ ନିଜ ସାଙ୍ଗର ବାହାଘରକୁ ଯାଇଛନ୍ତି। ଯଦି ଯାଇଛନ୍ତି ତାହେଲେ ନିଶ୍ଚୟ କିଛି ଗିଫ୍ଟ ବା ଉପହାର ନେଇକି ଯାଇଥିବେ। ନିହାତି ସାଙ୍ଗର ବାହାଘର ମାନେ ଗିଫ୍ଟ ବି ନିଶ୍ଚିତ। ତେବେଭିଫ୍ଟ ଏମିତି ହୋଇପାରେ ଯେମିତି ଫୁଲତୋଡ଼ା, କିଛି ସୁନ୍ଦର ସାଜସଜ୍ଜା ଏମିତି ଅନେକ କିଛି ହୋଇପାରେ। କେବେ ଦେଖିଛନ୍ତି ସାଙ୍ଗ ବାହାଘର ହୋଇଛି, ପୁଣି ଗିଫ୍ଟ ରେ ପେଟ୍ରୋଲ ଦିଆଯାଉଛି। କଥାଟି ଶୁଣିବାକୁ ଟିକେ ଖଟକା ଲାଗୁଥିବା ହେଲେ କଥାଟି ସମ୍ପୂର୍ଣ ସତ୍ୟ। ଏଭଳି ଘଟଣା ସାମ୍ନାକୁ ଆସିଛି ତାମିଲନାଡୁରେ। ନିଜ ସାଙ୍ଗ ବାହାଘରରେ ପେଟ୍ରୋଲ ଗିଫ୍ଟ କଲେ ସାଙ୍ଗ ମାନେ।ବାହାଘରରେ ବିବାହ ଉପହାର ଭାବରେ ପେଟ୍ରୋଲ, ଡିଜେଲକୁ ବୋତଲ ଉପହାର ଦିଅନ୍ତି | ଏଭଳି କିଛି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁଥିରେ ସାଙ୍ଗମାନେ ନବ ବିବାହିତ ଦମ୍ପତିଙ୍କୁ ଉପହାର ସଦୃଶ ଏକ ଲିଟର ପେଟ୍ରୋଲ, ଡିଜେଲ ଦେଇଛନ୍ତି। ରାଜ୍ୟ ତଥା ଦେଶର ତୈଳଦର ରେ ବ୍ରେକ ଲାଗୁନଥିବା ବେଳେତାମିନାଡ଼ୁରେ ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଡିଜେଲର ଅହେତୁକ ବୃଦ୍ଧି ଘଟୁଛି। ପେଟ୍ରୋଲ ଲିଟର ପିଛା ୧୧୫ ଟଙ୍କା ପାର କରିଥିବାବେଳେ ଡିଜେଲ ୧୦୦ ପାର କରିଛି। ତେବେ ଏଭଳି ସମୟରେ ସାଙ୍ଗମାନଙ୍କ ଏ ଅଭିନବ ପ୍ରୟାସକୁ ନେଇ ସ୍ଥାନୀୟ ରେ ଚର୍ଚ୍ଚା ହେଉଥିବାବେଳେ ବିଭିନ୍ନ ମହଲରେ ଏହା ଏବେ ଟ୍ରେଣ୍ଡ କରିଛି ।

Leave a Reply

Your email address will not be published. Required fields are marked *